ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ପୁରୁଷ ହକି ବିଶ୍ୱକପର ଉଦଘାଟନୀ ମ୍ୟାଚର ଟିକେଟ ପାଇଁ ଦର୍ଶକଙ୍କ ଭିଡ ଲାଗିଥିଲା । ନଭେମ୍ବର ୨୮ ତାରିଖରେ ହେବାକୁ ଥିବା ଉଦଘାଟନୀ ମ୍ୟାଚରେ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନ ଆସିବେ ବୋଲି ସୂଚନା ମିଳିବା ପରେ ଦର୍ଶକମାନେ ଟିକେଟ ପାଇଁ ଆଗ୍ରହର ସହ ସକାଳୁ ସକାଳୁ ୯ ନମ୍ଭର ଗେଟ ସାମ୍ନାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । କାରଣ ଆଗରୁ ସୂଚନା ଦିଆଯାଇଥିଲା କି ବିଶ୍ୱକପ ହକି ଉଦଘାଟନୀ ଉତ୍ସବ ପାଇଁ ନଭେମ୍ଭର ୧୫ ତାରିଖରେ ଟିକେଟ ମିଳିବ । ଏଣୁ ଆଶାୟୀ ହଜାର ହଜାର ଦର୍ଶକ ମାନେ ଟିକେଟ ପାଇଁ ରାତି ଅଧରୁ ବହୁ ସମୟ ଧରି ଲାଇନରେ ଅପେକ୍ଷା କରିବା ପରେ ମଧ୍ୟ କାଉଣ୍ଟର ଖୋଲି ନଥିଲା । ଏଥିରେ ଅତିଷ୍ଟ ହୋଇ ଉତ୍ୟକ୍ତ ଦର୍ଶକ ମାନେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବ୍ୟାରିକେଡ ଭଙ୍ଗାରୁଜା କରିଥିଲେ ।
କେବଳ ଉଦଘାଟନୀ ନୁହେଁ ଭାରତୀୟ ଦଳ ଖେଳିବାକୁ ଥିବା କୈାଣସି ବି ମ୍ୟାଚ ପାଇଁ ଟିକେଟ ନଥିବା ଜାଣିବା ପରେ ତାତି ଯାଇଥିଲେ ହକି ପ୍ରେମୀ । ନିଜ ମାଟିରେ ହେବାକୁଥିବା ବିଶ୍ୱକପରେ ଟିକେଟ ନପାଇବାରୁ ଅତ୍ୟନ୍ତ ରାଗି ଯାଇଥିଲେ ହକି ପ୍ରେମୀ ଶେଷରେ ରାଗି ଯାଇ ବ୍ୟାପକ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଦର୍ଶକ । ପୋଲିସ ପାଖରେ ଏହି ଖବର ପହଁଞ୍ଚିବା ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା । ଏହା ପରେ ଶାନ୍ତ ପଡିଥିଲା ଉତ୍ତେଜନା । ତେବେ ଏବେ ଦର୍ଶକମାନେ ପ୍ରଶ୍ନ କରିଛନ୍ତି ଏତେ ଟିକେଟ ସବୁ କୁଆଡେ ଗଲା ? କଳାବଜାରି କରି ବିକ୍ରି ହୋଇଯାଇନି ତ ସବୁ ଟିକେଟ ? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ହକି ପ୍ରେମୀ ।