ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ଯେଉଁ ମାନଙ୍କ ପାଇଁ ଭାରତ ୨ଟି ବିଶ୍ୱକପ ଆଣିଥିଲା ଏବେ ସେମାନେ ଅଲୋଢ଼ା ହୋଇ ପଡିଛନ୍ତି । ନିୟମିତ ଦଳରୁ ବହୁଦିନ ଧରି ବାଦ ପଡିଥିବା ଏହି ଖେଳାଳୀମାନେ ଦଳକୁ ଫେରି ପାରୁନାହାଁନ୍ତି । ତେବେ ଏହି ସମୟରେ ଧୋକା ଦେଇଛନ୍ତି ଆଇପିଏଲର ମାଲିକ ମାନେ । ବିଶ୍ୱର ସବୁଠାରୁ ବଡ ଲିଗ ଆଇପିଏଲରେ ଖେଳୁଥିବା ଏହି ଖେଳାଳିଦ୍ୱୟ ଦଳ ପାଇଁ ଅଲୋଡା ହୋଇ ଯାଇଛନ୍ତି । ଗତ ବର୍ଷ କିଙ୍ଗସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଥିବା ଯୁବରାଜ ସିଂହଙ୍କୁ ଦଳରେ ଆଗାମି ବର୍ଷ ପାଇଁ ଦଳ ନେବା ପାଇଁ ମନା କରିଦେଇଛନ୍ତି ।
ସେହିପରି କୋଲକାତା ଛାଡି ଦିଲ୍ଲୀ ଡେୟାର ଡେଭିଲ୍ସରେ ଯୋଗ ଦେଇଥିବା ଗମ୍ଭୀରଙ୍କୁ ମଧ୍ୟ ଚଳିତ ସିଜନ ପାଇଁ ଦଳ ବାଦ ଦେଇଛି । ଗତ ବର୍ଷ ଖରାପ ପ୍ରଦର୍ଶନ ପାଇଁ ଅଧାରୁ ବସିଥିଲେ ଗମ୍ଭୀର ।
ତାଙ୍କ ଜାଗାରେ ଖେଳିଥିବା ଯୁବ ଖେଳାଳି ପୃଥୀ ଶ ଭଲ ଖେଳ ପ୍ରଦର୍ଶନ କରି ଦଳରେ ନିୟମିତ ଖେଳାଳି ହୋଇଥିଲେ । ଏବେ ଶ ଭଲ ଫର୍ମରେ ଥିବାରୁ ଶଙ୍କ ଉପରେ ଦଳ ଭରଷା କରି ବଡ ଖେଳାଳିଙ୍କୁ ଦଳରେ ନେବାକୁ ଇଛା ପ୍ରକାଶ କରିନାହିଁ । ସେପଟେ ଦିଲ୍ଲୀ ଦଳ ମହମ୍ମଦ ସାମିଙ୍କୁ ମଧ୍ୟ ବାଦ ଦେଇଛି । ଚଳିତ ସିଜନ ପାଇଁ ସବୁ ଦଳର ଖେଳାଳି ପରିବର୍ତ୍ତ ହେବାକୁ ଯାଇଛି । ଭରଷା ଯୋଗ୍ୟ ଖେଳାଳିଙ୍କୁ ଦଳରେ ରଖି ବାକି ଖେଳାଳିଙ୍କୁ ଛାଡିଛନ୍ତି ଦଳ । ପୁନର୍ବାର ଏହି ଖେଳାଳିମାନଙ୍କୁ ନିଲାମ କରାଯିବ ।