ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅଁଳା ନବମୀ । ଏହି ନବମୀରେ ଅଁଳା ଗଛକୁ ପୂଜା କରାଯିବା ସହ ଗଛମୂଳେ ବସି ଭୋଜନ କରାଯାଇଥାଏ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀରେ ଏହି ଅଁଳା ନବମୀ ପଡିଥାଏ । ଏହାସହିତ ଅକ୍ଷୟ ନବମୀକୁ ମଧ୍ୟ ଅଁଳା ନବମୀ ଭାବେ ପାଳନ କରାଯଇଥାଏ । ଏହି ଦିନ ଅଁଳା ଗଛରେ ଭଗବାନ ବିଷ୍ଣୁ ଏବଂ ମହାଦେବ ନିବସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିଲାଗି ଏହି ଦିନରେ ଅଁଳା ଗଛକୁ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଏ । ଏଭଳି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଅଁଳା ନବମୀରେ କରନ୍ତୁ ଏହି ଉପାୟ:
– ଅଁଳା ଗଛ ମୂଳେ ବସି ଭଗବାନ ବିଷ୍ଣୁ, ଶିବ ଏବଂ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏଭଳି କରିବା ଦ୍ୱାରା ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
– ଗରିବ ଏବଂ ବ୍ରହ୍ମଣଙ୍କୁ ଅଁଳା ଦାନ କରନ୍ତୁ । କୁହାଯାଏ ଏହି ଉପାୟ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇପାରେ ।
– ଅଁଳା ଗଛ ମୂଳେ ବସି ଖାଦ୍ୟ ରାନ୍ଧି ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
– ଅଁଳା ନବମୀରେ ଘରେ ଅଁଳା ଗଛ ଲଗାନ୍ତୁ, ଏଭଳି କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।
– ଏହି ଦିନ ଅଁଳା ଗଛରେ ହଳଦୀରେ ସ୍ୱସ୍ଥିକ ଲେଖନ୍ତୁ, ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବଳବତ୍ତର ରହିଥାଏ ।
– ଏହାସହିତ ଚନ୍ଦନ ଏବଂ ହଳଦୀ ମିଶାଇ ଅଁଳା ଗଛ ମୂଳରେ ଢାଳନ୍ତୁ । ଏହି ଉପାୟ ଦ୍ୱାରା ବକେୟା ରାଶି ମିଳିବାର ସମ୍ଭବନା ରହିଛି ।