ମୁମ୍ବାଇ (ଏଟିଆର ବ୍ୟୁରୋ ) ; ବଲିଉଡରେ ଦମ ଦେଖାଇଲେ ଓଡିଆ ପୁଅ । ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ କୁ ମିଳିଲା ସ୍ୱୀକୃତି । ଆର୍ନ୍ତଜାତୀୟସ୍ତରରେ ନିଜ ଅଭିନୀତ ଫିଲ୍ମ ପାଇଁ ସମ୍ମାନୀତ ହେଲେ ଓଡିଶାର ଯୁବକ । ଓଡିଶାର ଯାଜପୁର ଜିଲ୍ଲା ଜରାଦା ଅଞ୍ଚଳର ଦେବେଶ ରଞ୍ଜନ ଏବେ ବଲିଉଡ ଇଣ୍ଟଷ୍ଟ୍ରିରେ ଏଣ୍ଟ୍ରୀ କରିଛନ୍ତି । ଦେବେଶଙ୍କ ଅଭିନୀତ ଫିଲ୍ମ ‘ଭାରା’ ଆନ୍ତଜାତିୟସ୍ତରର ଫିଚର ସିନେମାରେ ସ୍ଥାନ ପାଇଛି । ତେବେ ‘ଭାରା’ ଚଳଚ୍ଚିତ୍ରରେ ଦେବେଶଙ୍କ ଚମକ୍ରାର ଅଭିନୟକୁ ନେଇ ଏବେ ସମସ୍ତେ ଚକିତ ।
ସବୁଠାରୁ ବଡ କଥା ଯେ ତାଙ୍କ ଅଭିନୀତ ସିନେମା ଏବେ ସମ୍ମାନଜନକ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ-୨୦୧୮ର ଭାରତୀୟ ପାନାରୋମା ବିଭାଗରେ ପ୍ରଦର୍ଶନ ଲାଗି ଚୟନ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଜାଣି ଅଶ୍ଚର୍ଯ୍ୟ ହେବେ ଯେ , ଦେବେଶଙ୍କ ପିଲାଟି ଦିନରୁ ଅଭିନୟ ପ୍ରତି ଆଗ୍ରହ ରହିଥିଲା । ସେ ସିନେମାରେ ଅଭିନୟ କରିବାପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ ।ଯାଜପୁର ରୋଡ ସ୍ଥିତ ବ୍ୟାସନଗର ଅଟୋନୋମସ ଜକେଜରେ ବି କମ ପଢା ଶେଷ କରି ଅଭିନୟ ଦୂନିଆରେ ପ୍ରବେଶ କରିବା ଲାଗି ମନ ସ୍ଥିର କରିଥିଲେ । ଏହାପରେ ଅଭିନୟର ନିଶା ତାଙ୍କୁ ବହୁତ ଘାରିଥିଲା । ସେ ଦିଲ୍ଲୀ ଚାଲିଯାଇ ପାଖାପାଖି ୪ ବର୍ଷ କାଳ ଥିଏଟରରେ ଅଭିନୟ କରିଥିଲେ । ଶେଷରେ ସେ ହିମାଚଳ ପ୍ରଦେଶକୁ ଚାଲିଯାଇ ସେଠାରେ ଏକ ଡ୍ରାମା ସ୍କୁଲରେ ଆଡମିଶନ ନେଇଥିଲେ ।
ସେଠାରୁ ସେ ଅଭିନୟ ଶିକ୍ଷା ଲାଭ କରି ମୁମ୍ବାଇକୁ ନିଜ ଭବିଶ୍ୟତ ଗଢିବା ଲାଗି ଚାଲିଆସିଥିଲେ ।ସେ ପ୍ରଥମ ଫିଲ୍ମ ‘ଭାରା’ରେ ମୁଖ୍ୟ ଭୁମିକାରେ ଅଭିନୟ କରି ସମସ୍ତଙ୍କୁ ନିଜ ଆଡକୁ ଅକର୍ଷିତ କରିଥିଲେ । ଏପରିକି ତାଙ୍କ ଅଭିନୀତ ଫିଲ୍ମ ଏବେ ଅନ୍ତଜାର୍ତିୟ ସ୍ତରରେ ନାମ ମଧ୍ୟ କମାଇସାରିଲାଣି ।ଏଭଳି ସଫଳତା ଦେବେଶଙ୍କ ବହୁ ଖୁସି ଆଣିଦେଇଥିବା ବେଳେ ଓଡିଶା ତଥା ଯାଜପୁର ଜିଲ୍ଲା ପାଇଁ ଏହା ଗର୍ବର ବିଷୟ ପାଲଟିଛି । ଆଗକୁ ବଲିଉଡରେ ଦେବେଶଙ୍କ ଉଜ୍ୱଳ ଭବିଶ୍ୟତ ଥିବା ଅନୁମାନ କରାଯାଉଛି ।