ଢେଙ୍କାନାଳ (ଏଟିଆର ବ୍ୟୁରୋ ) ; ଶେଷରେ ବନ୍ଦ ହେଲା ଗଛ କଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଢେଙ୍କାନାଳ ଜିଲ୍ଲା ବଳରାମପୁରଠାରେ ଚାଲିଥିବା ଗଛ କଟାକୁ ବନ୍ଦ କରାଯାଇଛି । ବିୟର ଫ୍ୟାକ୍ଟ୍ରି ପାଇଁ ପାଖାପଖି ଶହସ୍ରାଧୀକ ବିଶାଳ ତଥା ମୁଲ୍ୟବାନ ଗଛ କଟାହେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଚେତା ପଶିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇ ଆରଡିସିଙ୍କ ସମ୍ପୃକ୍ତ ଅଞ୍ଚଳକୁ ଅନୁସନ୍ଧାନ ପାଇଁ ନିଦ୍ଦେଶ ଦିଆଯାଇଥିବାର ସୂଚନା ମିଳିଛି ।
ସୂଚନା ଯୋଗ୍ୟ , ଗତକାଲିଠୁ ପୋଲିସ ସୂରକ୍ଷା ବଳୟ ମଧ୍ୟରେ ସ୍ଥାନୀୟ ଝିଙ୍କରଗଡି ଜଙ୍ଗଲରେ ଶାଳ , ପିଆଶାଳ ତଥା ଅନ୍ୟାନ୍ୟ ମୁଲ୍ୟବାନ ଶହସ୍ରଧୀକ ଗଛକୁ କଟାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିରୋଧ କରିଥିଲେ । ତେବେ ପରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଝିଙ୍କରିଗଡି ଜଙ୍ଗଲ କାଟି ବିୟର କାରଖାନା ନିର୍ମାଣ ନିଷ୍ପତିକୁ ଗ୍ରାମବାସୀମାନେ ବିରୋଧ କରି ଆନ୍ଦୋଳନ ମଧ୍ୟ କରିଥିଲେ । ଶେଷରେ ଏହି କଥା ଟି ମୁଖ୍ୟମନ୍ତ୍ରୀଙ୍କ କାନରେ ପଡିବା ଯୋଗୁ ଗଛ କଟା ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଗଛକଟା ବନ୍ଦ ନିର୍ଦ୍ଦେଶଙ୍କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଅବା ବିନା ଅନୁମତିରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ସ ମାନେ ଏପରି ସାହସ କରିଥିବା ବିଜେପି କହିଥିବା ବେଳେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଗଛ କଟାଯାଇଥିବା ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ।