ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନଲାଇନ୍ ରେ ଟିକେଟ୍ ବୁକିଂ ନହେବାରୁ ନିରାଶ ହେଲେ ହକି ପ୍ରେମୀ । ଏହାସହିତ ଏହି ଅନଲାଇନ୍ ଟିକେଟ୍ ବିକ୍ରି କଥା ସମ୍ପୂର୍ଣ୍ଣ ଫେକ୍ ବୋଲି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଲୋକେ । ଏଭଳି ନିରାଶଜନକ ଦୃଶ୍ୟ ସାମ୍ନାକୁ ଆସିବା ପରେ ହାତ ଟେକି ଦେଇଛନ୍ତି ଓଡିଶା ସରକାର । ଏହି ଉଦଘାଟନୀ ଉତ୍ସବର ଟିକେଟ୍ ଦାୟିତ୍ୱ ହକି ଇଣ୍ଡିଆ ହାତରେ ଥିଲା । ଓଡିଶା ସରକାରଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମନୋଜ ପାଢି ସୂଚନା ଦେଇଛନ୍ତି ।
ବିଶ୍ୱକପ ହକି ଉଦଘାଟନୀ ଉତ୍ସବ ଲାଗି ଆଜି ମଧ୍ୟାହ୍ନ ୧୨ଟାେ ବେଳେ ଅନଲାଇନ୍ ରେ ଟିକେଟ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲା । ସେନେଇ ଲୋକେ ଟିକେଟ୍ ବୁକିଂ କରିବା ପାଇଁ ସିଷ୍ଟମ ଧରି ଚାତକ ପରି ଚାହିଁ ବସିଥିଲେ । ହେଲେ ସମାନ ୧୨ଟାବେଳେ ବାୟ ନାଓ ଆକ୍ଟିଭ ହୋଇଥିଲା ସତ । କିନ୍ତୁ ଟିକେଟଜେନିର ସର୍ଭର କୌଣସି ପ୍ରକାରେ କାମ କରିନଥିଲା । ଏହାସହିତ ସମାନ ତିନି ମିନିଟ୍ ପରେ ଟିକେଟ୍ ଶେଷ ହୋଇଯାଇଛି ବୋଲି ଜାଣିବାକୁ ମିଳିଥିଲା ।