ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବହୁ ପ୍ରତିକ୍ଷିତ ବିଶ୍ୱକପ ହକି ପାଇଁ ଭୁବନେଶ୍ୱରରେ ପ୍ରଥମ ଦଳଭାବେ ପହଁଞ୍ଚିଛି ଆର୍ଜେଣ୍ଟିନା । କ୍ୟାପଟେନ ପେଡ୍ରୋଙ୍କ ଆଇବେରାଙ୍କ ନେତୃତ୍ୱରେ ୧୮ ଜଣିଆ ଟିମ ଏବଂ ଟିମ ମେମ୍ବର ମଧ୍ୟ ଆସି ପହଁଞ୍ଚି ଯାଇଛନ୍ତି । ରାତିରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଆସୁଥିବା ବେଳେ ବାକି ୧୩ଟି ଟିମ ଖୁବଶିଘ୍ର ଆସି ପହଁଞ୍ଚିବା ପରେ ୱାର୍ମଅପ ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ଆସନ୍ତା ୨୭ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଟିତ ହେବ । ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ହକିପ୍ରେମୀ । ପ୍ରଥମଥର ପାଇଁ ଓଡିଶାରେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବାରୁ ସହରବାସୀ ଓଡିଶାବାସୀ ଖୁସି ଅଛନ୍ତି ।
ବିଶ୍ୱକପ ଆରମ୍ଭ ହେବାକୁ ଆଉ ୭ଦିନ ବାକି ଥିବା ବେଳେ ରଙ୍ଗ ବେରଙ୍ଗ ଆଲୋକରେ ନବ ବଧୂପରି ସୁସଜ୍ଜିତ ହୋଇଅଛି ରାଜଧାନୀ । ରାସ୍ତା ଘାଟଠାରୁ ଆରମ୍ଭ କରି ତିକନିଖ କାର୍ଯ୍ୟ ଦିନରାତି ଧରି ଚାଲୁରହିଛି । କାନ୍ଥରେ ସୁନ୍ଦର କାରୁକାର୍ଯ୍ୟ ଦର୍ଶକଙ୍କ ମନମୋହୁଥିବା ବେଳେ ଖେଳ ଦେଖିବା ପାଇଁ ବ୍ୟଗ୍ର ହୋଇ ବସିଛନ୍ତି ଦର୍ଶକ । ଉଦଘାଟନୀ ମ୍ୟାଚ ପାଇଁ ଆସନ୍ତା କାଲିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । କଟକ ଏବଂ ଭୁବନେଶ୍ୱରରେ ୨ଟି ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଛି । ମୁଖ୍ୟତଃ ଓଡିଶାରେ କିଙ୍ଗ ଖାନଙ୍କ ଉତ୍ସବକୁ ନେଇ ଶାହାରୁଖ ପ୍ରେମୀମାନେ ଟିକେଟ କିଣିବା ପାଇଁ ଆଗଭର ହୋଇଛନ୍ତି । ଆସନ୍ତା ୨୭ରେ ଏହି ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବାବେଳେ ଅନ୍ୟ ଏରରେହେମାନଙ୍କ କାର୍ଯ୍ୟକ୍ରମଟି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଟିତ ହେବ ।