ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା । ପାକିସ୍ତାନ ଉପରେ ପୁଣିଥରେ କଟକଣା ଜାରି କଲା ଆମେରିକା । ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ପାକିସ୍ତାନକୁ ଆର୍ଥିକ ସହାୟତା ରାଶି ବନ୍ଦ କଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ପାକିସ୍ତାନକୁ ଦିଆଯାଉଥିବା ୧.୬୬ ବିଲିୟନ ଆର୍ଥିକ ସହାୟତାକୁ ବନ୍ଦ କରାଯାଇଛି ।
ସୂଚନାଯୋଗ୍ୟ , ପାକିସ୍ତାନ ଦୀର୍ଘଦିନ ଧରି ଆତଙ୍କବାଦକୁ ପ୍ରସୟ ଦେଇଆସୁଛି । ଯାହାକୁ ନେଇ ଆମେରିକା ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଥିଲା । ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାକୁ ପାକିସ୍ତାନକୁ ତାଗିଦ କରାଯାଇଥିଲେ ମଧ୍ୟ ଏଯାଏଁ ପାକିସ୍ତାନର ଚେତା ପଶିନଥିଲା । ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଆମେରିକା ପାଇଁ କିଛି କରୁନାହିଁ ବୋଲି କହିଥିଲେ । ଏହାସହ ଅଲକାଏଦାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ ଲାଡେନକୁ ନିଜ ମାଟିରେ ଲୁଚାଇରଖିବା ପଛରେ ପାକିସ୍ତାନର ହାତ ଥିବା ମଧ୍ୟ ଟ୍ରମ୍ପ କହିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ତେବେ ଆମେରିକା ପେଣ୍ଟାଗନ ପାକିସ୍ତାନ ଉପରେ ଏପରି ଆର୍ଥିକ କଟକଣା ଲଗାଇଛି । ଏଣିକି ପାକିସ୍ତାନର ସୈନ୍ୟ ସୁରକ୍ଷାପାଇଁ ଆମେରିକା ପକ୍ଷରୁ ଦିଆଯାଉଥିବା ୧.୬୬ ବିଲିୟନ ଡଲାର ଆର୍ଥିକ ସହାୟତାକୁ ବନ୍ଦ କରାଯିବ ବୋଲି କଣାପଡିଛି ।