ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବହୁ ଚର୍ଚ୍ଚିତ ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ । ମଞ୍ଚରେ କରିବେ ନୃତ୍ୟ କରିବେ ମାଧୁରୀ । ୯୦ ଦଶକରେ ନିଜର ନାଚରେ ଦର୍ଶକଙ୍କ ମନ ଜିତିଥିବା ମାଧୁରୀଙ୍କୁ ପାଖରୁ ଦେଖିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ଓଡିଶାବାସୀ । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ୪୦ ମିନିଟ ଧରି ଅନବରତ ମଞ୍ଚରେ ନାଚିବେ ମାଧୁରୀ ।
ଦର୍ଶକଙ୍କୁ ମରିବେ ମତୁଆଲା । ନାଚର ପରଶ ଦେଖିବା ପାଇଁ ବ୍ୟଗ୍ର ହୋଇ ଦିନ ଗଣୁଛନ୍ତି ଓଡିଶାବାସୀ । ମଞ୍ଚରେ ୧୧ ହଜାର କଳାକାରଙ୍କ ସହ ନାଚିବେ ମାଧୁରୀ । ସବୁଠାରୁ ବଡ କଥାହେଲା ୫ଟି ପର୍ଯ୍ୟାୟରେ ମଞ୍ଚରେ ୪୦ ମିନିଟର କାର୍ଯ୍ୟକ୍ରମ ହେବ । ମାଧୁରୀ ମଦର ଆର୍ଥରେ ଭୂମିକାରେ ଅଭିନୟ କରିବେ । ମାଧୁରୀ ଦେଖେଇବେ ମିଳିତ ବିଶ୍ୱର ଶକ୍ତି । ଏହି କଳା ପରିବେଶଣକୁ ଦେଖିବା ପାଇଁ ସବୁ ଦର୍ଶକଙ୍କ ମନରେ ସମ୍ପୂର୍ଣ୍ଣ ଉତ୍ସାହ ଭରିରହିଛି ।
ମାଧୁରୀଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ରଙ୍ଗ ବେରଙ୍ଗ ଲାଇଟରେ ନବ ବଧୂ ପରି ଝଲସୁଛି । ୨୭ ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ କିଙ୍ଗଖାନ ମୁଖ୍ୟ ଆକର୍ଷଣ ସାଜିବେ । ତେବେ ଜାତୀୟ ଆନ୍ତର୍ଜାତୀୟ ଏବଂ ସ୍ଥାନୀୟ କଳାକାର ମଧ୍ୟ ନିଜର କଳା ପରିବେଶଣ କରିବେ । ଏଥିରେ ସର୍ବମୋଟ ୧୧୦୦ ଜଣ କଳାକାର ଭାଗ ନେଉଥିବା ବେଳେ ଓଡିଶାରୁ କେବଳ ୮୦୦୦ କଳାକାର ନିଜର କଳାକୁ ଲୋକ ଲୋଚନକୁ ଆଣିବେ । କଟକ ଏବଂ ଭୁବନେଶ୍ୱରରେ ୨ଟି ଉଦଘାଟନୀ ଉତ୍ସବ ଆୟୋଜନ କରାଯାଇଛି । ଆସନ୍ତା ୨୮ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଏରରେହେମାନଙ୍କ ସଙ୍ଗୀତ ସନ୍ଧ୍ୟାରେ ମତୁଆଲା ହେବେ ଦର୍ଶକ ।