ଆଣ୍ଟିଗୁଆ (ଏଟିଆର ବ୍ୟୁରୋ) ; ଶେଷ ହେଲା ମହିଳା ଟି-୨୦ ବିଶ୍ୱକପ । ବାଜିମାରିଦେଲା ଅଷ୍ଟ୍ରେଲିଆ ମହିଳା ଦଳ । ଇଂଲଣ୍ଡକୁ ବ୍ୟାଟିଂ ଏବଂରେ ଚକମା ଦେଇ ଟାଇଟଲ ହାସଲ କରିଛି ଦଳ । ଏହି ବିଜୟକ ପରେ ମହିଳା ଦଳକୁ ୪ଥର ପାଇଁ ସଫଳ ମିଳିଛି । ଗତକାଲି ଫାଇନାଲ୍ ମ୍ୟାଚ୍ରେ ଦଳ ଇଂଲଣ୍ଡକୁ ୮ ୱିକେଟ୍ରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ଇଂଲଣ୍ଡର ବ୍ୟାଟିଂ ଲାଇନ୍ ତିଷ୍ଠି ପାରି ନଥିଲା। ୧୯.୪ ଓଭରରେ ଟିମ୍ ଅଲ୍ ଆଉଟ୍ ହୋଇଯାଇଥିଲା।
ଇଂଲଣ୍ଡ ପକ୍ଷରୁ ଡାନିଏଲ୍ ୱାୟଟ୍ଟ ସର୍ବାଧିକ ୪୩ ରନ୍ କରିଥିଲେ। ଅଧିନାୟିକା ହିଥର ନାଇଟ୍ ୨୫ ରନ୍ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଏଶଲେଗ ଗାର୍ଡନର ୨୨ ରନ୍ ଦେଇ ତିନି ୱିକେଟ୍ ନେଇଥିବା ବେଳେ ଲେଗ୍ ସ୍ପିନର ଜର୍ଜିୟା ୱେୟରହେବ ୧୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ପେସ୍ ବୋଲର ମେଗାନ୍ ଶୁଟ୍ ବି ଦୁଇଟି ୱିକେଟ୍ ନେଇଥିଲେ।
୧୦୬ ରନ୍ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଦୁଇ ୱିକେଟ୍ ହରାଇ ୧୫.୧ ଓଭରରେ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଏଲିଆ ହିଲି ୨୨ ରନ୍ କରିଥିବା ବେଳେ ବେଥ୍ ମୂନୀ ୧୪ ରନ୍ କରିଥିଲେ। ତେବେ ଏଶଲଗ ଗାର୍ଡନର ଓ ଅଧିନାୟିକା ମେଗ୍ ଲାନିଙ୍ଗ ଅପରାଜିତ ରହି ମ୍ୟାଚ୍କୁ ଜିତାଇ ଦେଇଥିଲେ। ଗାର୍ଡନର ୩୩ ରନ୍ ଓ ମେଗ୍ ୨୮ ରନ୍ କରିଥିଲେ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦, ୨୦୧୨ ଓ ୨୦୧୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା। ଗତ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ୍ ଜିତିଥିଲା। ସେହିଭଳି ୨୦୦୯ରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଇଂଲଣ୍ଡ ବିଜୟୀ ହୋଇଥିଲା।