ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ବ୍ୟକ୍ତି ପ୍ରେମରେ ଧୋକା ଖାଇଲା ପରେ ଭାଙ୍ଗି ଯାଇଥାନ୍ତି । ସେମାନେ ଜାଣିପାରନଥାନ୍ତି କି କ’ଣ କରିବେ । କେତେବେଳେ ତାଙ୍କ ଏକ୍ସ ବୟଫ୍ରେଣ୍ଡଠାରୁ ପ୍ରତିଶୋଧ ନେବାକୁ ଭାବିଥାନ୍ତି ତ ଆଉ କେତେବେଳେ ନିଜ ସହ କିଛି ପରୀକ୍ଷା କରିଥାନ୍ତି । କିନ୍ତୁ ନିକଟରେ ଜଣେ ଯୁବତୀ ତାଙ୍କ ପ୍ରେମିକଠାରୁ ଧୋକା ଖାଇବା ପରେ ଏଭଳି କିଛି କରିଛନ୍ତି । ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜ୍ଞା ହଁ ଆମେରିକାର କାର୍ଲିଫୋର୍ନିୟାରେ ରହୁଥିବା ବ୍ୟାଲି ଗିବସନ୍ ନାମକ ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଖୁବ୍ ଭଲ ପାଉଥିଲେ । ସେ ତାଙ୍କ ପାଇଁ କିଛି ବି କରିବାକୁ ରାଜି ଥିଲେ । କିନ୍ତୁ ପ୍ରେମିକ ଜଣକ ବ୍ୟାଲିକଙ୍କୁ ଧୋକା ଦେଇ ଦେଇଥିଲେ । ପ୍ରେମରେ ଧୋକା ଖାଇବା ପରେ ବ୍ୟାଲି ନିଜର ଭର୍ଜିନିଟି ହରାଇବାର ନିଷ୍ପତି ନେଲେ । ସେ ତାଙ୍କର ଭର୍ଜିନିଟିକୁ ବିକ୍ରି କରିବା ଲାଗି ଚିନ୍ତା କଲେ । ସେଥିପାଇଁ ସେ ଏକ ୱେବସାଇଟ୍ ରେ ବିଜ୍ଞାପନ ମଧ୍ୟ ଜାରି କରିଛନ୍ତି । ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେବେ ସେ ତାଙ୍କ ସହିତ ପ୍ରଥମ ଶାରିରୀକ ସମ୍ବନ୍ଧ ରଖିବେ । ଏହାପରେ ବ୍ୟାଲିଙ୍କୁ ଏକ ମିଲେନିୟମ ଡଲାର ପର୍ଯ୍ୟନ୍ତ ଅଫର ଆସି ସାରିଲାଣି ।
ପ୍ରେମରେ ଧୋକା ଖାଇବାରୁ ବ୍ୟାଲି ଏଭଳି କରିଥିଲେ ବୋଲି ସେ ନିଜେ କହିଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକଙ୍କୁ ମଧ୍ୟ କ୍ଷମା କରିଦେଇଛନ୍ତି । ବ୍ୟାଲି କହିଛନ୍ତି କି ବ୍ରେକଅପ୍ ପରେ ତାଙ୍କ ସାଙ୍ଗମାନେ ତାଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାକୁ କହୁଥିଲେ । ସେଥିପାଇଁ ସେ ତାଙ୍କ ଭର୍ଜିନିଟି ବିକ୍ରି କରି ଟଙ୍କା କମେଇବେ ବୋଲି ନିଷ୍ପତି ନେଲେ ।