ବଲାଙ୍ଗିର (ଏଟିଆର ବ୍ୟୁରୋ): ସବୁଦିନ ଭଳି ଆଜି ବି ଦୋକାନ ବନ୍ଦ କରି ଦୋକାନରେ ଶୋଇଥିଲେ ଦୋକାନୀ ଜଣକ । ସେ ଜାଣିନଥିଲେ ଯେ ତାଙ୍କର ଏହି ରାତି କାଳ ରାତିରେ ପରିଣତ ହେବ ବୋଲି ।ଅଚାନକ ମାଡି ଆସିଲା ମୃତ୍ୟୁ । ଶୋଇଥିବା ଅବସ୍ଥାରେ ଦୋକନ ସହ ଜଳିଗଲେ ଦୋକାନୀ । ଏଭଳି ଏକ ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି ।
ଖବରମୁତାବକ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସହର ପିପି ଏକାଡେମୀ ଛକରେ ଥିବା ଏକ ପାନ ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନ ସହ ଦୋକାନୀ ମଧ୍ୟ ଜୀବନ୍ତ ଜଳି ଯାଇଛନ୍ତି । ମୃତ ଦୋକାନୀ ଜଣକ ମାଲପଡା ଗାଁର ସୁରଜ କ୍ଷେତି (୨୬) ବୋଲି ଜାଣିବାକୁ ମିଳିଛି । ହେଲେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।