ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ଏହି ଶୀତ ସମୟ ବିତାଇବା ପାଇଁ ହଜାର ହଜାର ମାଇଲରୁ ଉଡି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ବିଦେଶୀ ପକ୍ଷୀମାନେ ଆସି ଚିଲିକାରେ ପହଁଚିଲେଣି । ଚିଲିକାରେ ଏହି ବିଦେଶୀ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି ।
ଚଳିତ ବର୍ଷ ଚିଲିକାରେ ଶୀତ ବିଳମ୍ବରେ ପଡିଥିଲେ ମଧ୍ୟ ଚିଲିକାରେ ବିଦେଶୀ ପକ୍ଷୀମାନଙ୍କର ସମାଗମ ଦେଖିବାକୁ ମିଳିଛି । ଏହାସହିତ ଚିଲିକା ଜଳ ରାଶିରେ ପଲ ପଲ ହୋଇ ଭାସୁଛନ୍ତି ଏହି ବିଦେଶୀ ପକ୍ଷୀ । ଏହାକୁ ଦୃଷ୍ଟିରେ ରଖି ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ପକ୍ଷୀମାନଙ୍କୁ ଦେଖିବା ପାଇଁ ଚିଲିକାରେ ପର୍ଯ୍ୟଟନଙ୍କ ବେଶ୍ ଭିଡ ଜମିଛି । ଆଗକୁ ଆହୁରି ଶୀତ ବଢିବା ସହିତ ବିଦେଶୀ ପକ୍ଷୀମାନଙ୍କର ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।