ଶ୍ରୀହରିକୋଟା (ଏଟିଆର ବ୍ୟୁରୋ ) ; ଇସ୍ରୋକୁ ମିଳିଲା ବଡ ସଫଳତା । ମହାକାଶକୁ ଅନ୍ତରୀକ୍ଷ ଯାନ ଉତକ୍ଷେପଣ କ୍ଷେତ୍ରରେ ଭାରତ ରଚିଲା ଇତିହାସ । ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ ) ମହାକାଶକୁ ଉତକ୍ଷେପଣ କଲା PSLV-C43 ରକେଟ । ଆଜି ସକାଳ ୯.୫୭ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶଧଓନ ସ୍ପେସ ସେଣ୍ଟରରୁ ଏହି ଉପଗ୍ରହକୁ ମହାକାଶ ଅଭିମୁଖେ ଉତକ୍ଷେପଣ କରାଯାଇଛି ।
ତେବେ ଏହି ଉପଗ୍ରହରେ ବିଶ୍ୱର ଅନ୍ୟ ୮ଟି ଦେଶର ୩୦ଟି ଉପଗ୍ରହକୁ ସାମିଲ କରାଯାଇ ପଠାଯାଇଛି । ଏହି ୩୦ ଟି ଉପଗ୍ରହ ମଧ୍ୟରୁ ଏକାକୀ ଆମେରିକାର ୨୩ ଟି ଥିବା ବେଳେ ଆଷ୍ଟ୍ରେଲିଆ, କାନାଡା , କଲମ୍ବିଆ, ଫିନଲ୍ୟାଣ୍ଡ ,ମାଲେସିଆ , ନେଦରଲ୍ୟାଣ୍ଡ ଓ ସ୍ପେନର ଗୋଟିଏ ଲେଖାଁଏ ଉପଗ୍ରହ ରହିଛି । ୨୬୧ କିଲୋଗ୍ରାମ ଓଜନର ଏହି ଉପଗ୍ରହ ମହାକାଶ ଅଭିମୁଖେ ଯାତ୍ରା କରିଛି ।
ପୂର୍ବରୁ ଭାରତ ମୋଟ ୧୦୪ ଟି ଉପଗ୍ରହକୁ ଅନ୍ତରୀକ୍ଷକୁ ଛାଡି ବିରଳ କୃତୀତ୍ୱ ହାସଲ କରିଥିବା ବେଳେ ଆଜି ପୁଣି ନିଜର HYSYS ଉପଗ୍ରହ ସହ ଅନ୍ୟ ୮ ଦେଶର ୩୦ଟି ଉପଗ୍ରହକୁ ମିଶାଇ ମୋଟ ୩୧ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରି ବିରଳ ସଫଳତା ହାସଲ କରିଛି । ତେବେ ସେଗୁଡିକ ମଧ୍ୟରେ ଗୋଟିଏ ମାଇକ୍ରୋ ଓ ୨୯ ଟି ନାନୋ ଉପଗ୍ରହ ଥିବା ଜଣାପଡିଛି ।