ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାଲିଛି ଜବରଦସ୍ତ ଅପରେସନ । ଅପରାଧୀଙ୍କ ମୂଳପୋଛ କରିବା ଲାଗି ଜୋରସୋର ଅଣ୍ଟା ଭିଡିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ । ରେକର୍ଡ କହୁଛି ଗତ ୭ଦିନ ହେବ ଚାଲିଥିବା ଏହି ଅପରେସନରେ ପାଖାପାଖି ୧୦ଜଣ ଅପରାଧୀ ଗିରଫ ହୋଇଛନ୍ତି । ତେବେ ପୁଣି ଶୁକ୍ରବାର ଆଉ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ ।
ସେମାନଙ୍କ ପାଖରୁ ୨୩ଟି ନାମିଦାମୀ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ପେଶାଦାର ମୋବାଇଲ ଲୁଟେରା ବୋଲି ପୁଲିସ ଜାଣିବାକୁ ପାଇଛି । ପୂରା ଗ୍ୟାଙ୍ଗକୁ ଧରିବା ଲାଗି ଏବେ ଟିମ ତା’ର ଛାନଭିନ ଜାରି ରଖିଛି । ହକି ବିଶ୍ୱକପ ଲାଗି କମିଶନରେଟ ପୁଲିିସ ଢ଼େରଦିନ ହେବ ଅପରାଧୀ ମୂଳପୋଛ ଅପରେସନ ଆରମ୍ଭ କରିଛି । ଖାସ ଏଥିପାଇଁ ତ’ ଭୁବନେଶ୍ୱର ଗଳିକନ୍ଦି ବୁଲି ଅପରାଧୀଙ୍କ ଚେର ଖୋଜୁଛି ।