ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ରାଜପାଲ ଯାଦବଙ୍କୁ ୩ ମାସ ଜେଲଦଣ୍ଡ । ଆଜି ଦିଲ୍ଲୀ ହାଇକୋର୍ଟ ରାଜପାଲଙ୍କ ବିରୋଧରେ ହୋଇଥିବା ଚେକ ବାଉନ୍ସ ଅଭିଯୋଗର ଶୁଣାଣି କରି ଏହି ଦଣ୍ଡ ଶୁଣାଇଛନ୍ତି । ରାଜପାଲ ଟ୍ରାଏଲ କୋର୍ଟରେ ଏଗ୍ରିମେଣ୍ଟ କରିଥିବା ଟଙ୍କା ନ ଦେବାରୁ ତାଙ୍କ ବିରୋଧରେ ଏଭଲି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସୂଚନାଯୋଗ୍ୟ , ୨୦୧୦ମସିହାରେ ରାଜପାଲ ଯାଦବ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କୁ ଆଣିଥିବା ଟଙ୍କା ଫେରାଇବା ଲାଗି ରାଜପାଲ ଆକ୍ସିସ ବ୍ୟାଙ୍କ ଚେକ ପ୍ରଦାନ କରିଥିଲେ ।
ହେଲେ ୨୦୧୫ ମସିହା ସେପ୍ଟେମ୍ବର ମାସରେ ଏହି ଚେକ ବାଉନ୍ସ ହୋଇଯାଇଥିଲା । ଯାହାକୁ ନେଇ ସୁରେନ୍ଦ୍ର କୋର୍ଟର ଆଶ୍ରୟ ନେଇଥିଲେ । ପରେ କୋର୍ଟରେ ଏହି ମାମଲା ଚାଲିବାରୁ କୋର୍ଟ ରାଜପାଲଙ୍କୁ ଏକ ନିଦ୍ଦିଷ୍ଟ ସମୟ ମଧ୍ୟରେ ସୁରେନ୍ଦ୍ରଙ୍କୁ ୧୦ କୋଟି ୪୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ । କିନ୍ତୁ ରାଜପାଲ ଏହି ଟଙ୍କାକୁ ଫେରାଇନଥିଲେ । ଯାହାକୁ ନେଇ ଆଜି କୋର୍ଟ ରାଜପାଲଙ୍କୁ ୩ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି ।