ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ପୁଣି ଫେରିଲା ପଥୋତ୍ସବ । ଆସନ୍ତାକାଲି ଠୁ ତିନିଟି ରବିବାର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହା ଚାଲିବ ବୋଲି ଜଣାପଡିଛି । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨ତାରିଖ ସକାଳ ୭ଟାରେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥୋତ୍ସବ । ଏହାସହ ଡିସେମ୍ବର ୯ ଓ ୧୬ରେ ମଧ୍ୟ ଅନୁରୂପ ଭାବେ ଏହି ଉତ୍ସବ ଚାଲିବ ।
ଢ଼େରଦିନ ପରେ ପଥୋତ୍ସବ ରାଜଧାନୀକୁ ଫେରିଥିବା ବେଳେ ଏହାର ମଜା ଉଠାଇବାକୁ ରାଜଧାନୀବାସୀ ବି ବେଶ ଉତ୍ସୁକ । ତେବେ ଭୁବନେଶ୍ୱରରେ ହକି ଚାଲୁଥିବାରୁ ଏହାଦ୍ୱାରା ଆକର୍ଷଣ ବଢ଼ିବ ବୋଲି ଆଶା କରାଯାଉଛି ।