ଭୁବନେଶ୍ୱର଼,(ଏଟିଆର ବ୍ୟୁରୋ): ଆଇଏଏସ ସ୍ତରରେ ଛୋଟିଆ ଅଦଳବଦଳ । ଅର୍ଥ ବିଭାଗର ପ୍ରମୁଖ ସଚିବ ହେବେ ଅଶୋକ କୁମାର ମୀନା । ପୂର୍ବରୁ ରାଜ୍ୟର ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀର ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଥିବା ସୂଚନା ମିଳିଛି । ତେଣୁ ୧୯୯୩ ବ୍ୟାଚ ଆଇଏଏସ ମୀନାଙ୍କୁ ଏହି ଦାୟିିତ୍ୱ ଦିଆଯାଇଛି ।
ପୂର୍ବରୁ ଶ୍ରୀ ମୀନା ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ୨୦୦୨ବ୍ୟାଚ ଆଇଏଏସ ଏସଏନ ଗିରୀଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଯୋଜନା ଓ ସଂଯୋଜନା ବିଭାଗର ଦେବେନ୍ଦ୍ର କୁମାର ଜେନାଙ୍କୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।