କୋରାପୁଟ, (ଏଟିଆର ବ୍ୟୁରୋ): ବହୁତ ସ୍ୱପ୍ନ ଦେଖାଇଥିଲେ । ହେଲେ ଠକିଦେଲେ । ଯେ ପର୍ଯ୍ୟନ୍ତ ଆମକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହୋଇଛି ସେଯାଏ ଆମେ ବାଟ ଓଗାଳିବୁ । ପ୍ରତିବାଦ କରିବୁ । ନାଲକୋ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଏମିତି ରୋକଠୋକ ଶୁଣାଇ ଦେଇଛନ୍ତି କୋରାପୁଟ ଦାମନଯୋଡି ନିକଟରେ ଥିବା ଆମ୍ବଗାଁ ଗ୍ରାମବାସୀ ।
ଅଭିଯୋଗ ଅନୁସାରେ, ୩୫ବର୍ଷ ତଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନାଲକୋ ଦିବା ସ୍ୱପ୍ନ ଦେଖାଇ ଜମି ହାତେଇଥିଲା । ହେଲେ ସେତେବେଳେ ଯେଉଁ କଥା ସଂସ୍ଥା କହିଥିଲା ତାହାର ସୁବିଧା ସୁଯୋଗ ଏଯାବତ ମିଳିଲା ନାହିଁ । ଗାଁର ଉନ୍ନତି ନେଇ ପ୍ରଥମେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରନ୍ତୁ ତାହା ପରେ ଯାହା କିଛି ହେବ । ସିଧା କହିବାକୁ ଗଲେ ନାଲକୋ ପକ୍ଷରୁୁ ପାଚେରୀ ନିର୍ମାଣ ହେବାକୁ ଥିବା ବେଳେ ଏହାକୁ ବିରୋଧ କରାଯାଇଛି ।
ଫଳରେ କମ୍ପାନୀ ପାଚେରୀ ନିର୍ମାଣ କରିପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡିଛି ।