ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଏଚଆଇଭି ଭୂତାଣୁ ଦ୍ୱାରା ଏଡସ ରୋଗ ବ୍ୟାପିଥାଏ ।ଏହି ରେଗରେ ବର୍ଷକୁ ୧୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏହି ମହାମାରୀ ରୋଗର କୈାଣସି ଚିକିତ୍ସା ସମ୍ଭବ ନଥିଲେ ମଧ୍ୟ ବିଶ୍ୱର ସମସ୍ତ ବୈଜ୍ଞାନିକ ମାନେ ଏହାର ଉପଚାର ପାଇଁ ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ କାରଣରୁ ଏହି ରୋଗ ବ୍ୟାପିଥାଏ । ଏଣୁ ଏହାର ସଂକ୍ରମଣକୁ ବହୁ ଲୋକ ଡରିଯାଇଥାନ୍ତି । ତେବେ ଏହା କେତେକ ଲୋକଙ୍କୁ ଜୀବନରେ କେବେ ବି ହୋଇନଥାଏ ।
ପୃଥିବୀରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏଚଆଇଭି ଏଡସ୍ ଦ୍ବାରା ପ୍ରଭାବିତ ହୋଇନଥାନ୍ତି। ବୈଜ୍ଞାନିକମାନେ ୨୦୦୫ମସିହାରେ ୟୁରୋପର ଉତ୍ତର ଭାଗରେ ଥିବା ଏସିଆ,ଆଫ୍ରିକା ଆଦି ଦେଶର କିଛି ଲୋକଙ୍କ ରକ୍ତରେ ସିସିଆରଏସ୍ ଡାଲଟା ୩୨ ଅଜିନ୍ ମ୍ୟୁଟେସନ୍ ପାଇଥିଲେ। ଯେଉଁମାନଙ୍କ ଶରୀରରେ ସିସିଆରଏସ୍ ଡାଲଟା ୩୨ ମିଳିଥାଏ ସେମାନଙ୍କୁ ଏଡସ୍ ହୋଇନଥାଏ।
ଏପରି ଅନେକ କମ୍ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ରକ୍ତରେ ସିସିଆରଏସ୍ ଡାଲଟା ୩୨ ଥାଏ। ଯେତେବେଳେ ତାଙ୍କ ଶରୀରରେ ଏଚଆଇଭି ଭୂତାଣୁ ପ୍ରବେଶ କରି ତାଙ୍କ ଶ୍ବେତ ରକ୍ତକଣିକାରେ କୈାରସି ପ୍ରଭାବ ପକାଇନଥାଏ କାରଣ ତାଙ୍କ ଶ୍ବେତ ରକ୍ତ କଣିକା ନିକଟରେ ସିସିଆରଏସ୍ ଡାଲଟା ୩୨ପ୍ରୋଟିନ୍ ନଥାଏ ଯାହା ଦ୍ବାରା ଏଚଆଇଭି ଭୂତାଣୁ ଶ୍ବେତ ରକ୍ତ କଣିକା ମଧ୍ୟକୁ ପ୍ରବେଶ କରିପାରିନଥାଏ ଏବଂ ବ୍ୟକ୍ତିକୁ ଏଡସ୍ ହୋଇନଥାଏ।