ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ପାଇଁ କ୍ଷୀର ଖୁବ୍ ଉପକାରୀ । ଯଦି ଆପଣ ଗାଈ କ୍ଷୀର ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ବହୁତ ମାତ୍ରାରେ ଫାଇଦା ଦେଇଥାଏ । ଏହି ଗାଈ କ୍ଷୀର କେତେ ପରିମାଣର ଲାଭଦାୟକ ସେନେଇ ଅନେକ ଗବେଷଣା ହୋଇ ସାରିଛି । ଏହା ବିଭିନ୍ନ ରୋଗରୁ ଛୁଟ୍ କାରା ଦେଇଥାଏ । ସ୍ୱାସ୍ଥ୍ୟ ସହିତ ଏହି କ୍ଷୀର ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଉପକାରୀ ଆଟେ । ତେବେ ଆସନ୍ତୁ ଜାଣିବା ଗାଈ କ୍ଷୀର ର ଫାଇଦା ସମ୍ପର୍କରେ..
ଗାଇ କ୍ଷୀରକୁ କଞ୍ଚା ପିଇବା ଦ୍ୱାରା ପେଟରେ ହେଉଥିବା ସମସ୍ୟା ଯେପରିକି କୋଷ୍ଟକାଠିନ୍ୟ, ଗ୍ୟାସ ଆଦି ଦୂର ହୋଇଥାଏ । ଏହାବ୍ୟତୀତ ଏଥିରୁ ତିଆରି ହେଉଥିବା ଦହି ଛାଞ୍ଚ୍ ମସ୍ତିସ୍କକୁ ଶାନ୍ତ ରଖିବାର କାମ କରିଥାଏ । ଯଦି ଆପଣ ଖାଦ୍ୟରେ ଦହି ସାମିଲ କରୁଛନ୍ତି ତେବେ ଆପଣଙ୍କ ପାଚନ କ୍ରିୟା ସଠିକ୍ ଭାବେ କାମ କରିଥାଏ । ଏହି କ୍ଷୀରକୁ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
ଏହା ସହିତ ଯଦି ଆପଣ ଦହି ବ୍ୟବହାର କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନ୍ୟପଟେ ଗାଇ ଘିଅରୁ ମଧ୍ୟ ହୃଦ୍ ଜନିତ ରୋଗରୁ ଛୁଟ୍ କାରା ମିଳିଥାଏ । ମଧୁମେୟ ରୋଗୀଙ୍କ ପାଇଁ ଗାଇ କ୍ଷୀର, ଛାଞ୍ଚ୍ ଏବଂ ଘିଅ ସେବନ କରିବା ଜରୁରୀ ଅଟେ ।