ଭୁବନେଶ୍ୱର(ଏଟିଆର ବ୍ୟୁରୋ); ନିର୍ବାଚନରେ ଭୋଟ ଦେବା ସମସ୍ତଙ୍କ ଅଧିକାର । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ସରକାରଙ୍କୁ ଖୁଲମଖୁଲା ଆହ୍ୱାନ ଦେଇଛନ୍ତି ଏ.ଏନ.ଏମ୍ ସଂଘ । ନିର୍ବାଚନ ସମୟରେ ଇଭିଏମ ମେସିନରେ ଲଢ଼େଇ କରିବ ସଂଘ । ପରିବାରର କେହି ବି ଆଗାମୀ ନିର୍ବାଚନରେ ଭାଗ ନନେବା ପାଇଁ କହିଛନ୍ତି ସଂଘର ସମ୍ପାଦିକା ସସ୍ମିତା ଚୈାହାନ । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଥିଲେ ମଧ୍ୟ ରାଜ୍ୟ ସରକାର ଏମାନଙ୍କ କଥା ନଶୁଣିବାରୁ ସଂଘ ପକ୍ଷରୁ ଏପରି ଆହ୍ୱାନ ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ବହୁ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ଏମାନଙ୍କୁ ସମାନ କାମ ପାଇଁ ସମାନ ଦରମା ମିଳୁନାହିଁ ।
ବର୍ତ୍ତମାନ ସମୟରେ ଦରଦାମ ବଢ଼ୁଥିବା ବେଳେ ମାସିକ ମାତ୍ର ୮,୬୫୩ ଦରମା ପାଉଥିବା କାରଣରୁ ପରିବାର ପ୍ରତିପୋଷଣ ହୋଇପାରୁନାହିଁ । ସେପଟେ ସରକାର ୧୩ରୁ ୧୪ ବର୍ଷ ହେବ ଖାଲି ଥିବା ପଦବୀକୁ ପୂରଣ ନକରି ସ୍ୱଳ୍ପ ବେତନରେ ଏମାନଙ୍କୁ ଖଟଉଛନ୍ତି । ଏଣୁ ସରକାର ଏମାନଙ୍କ ପ୍ରତି ଅବିଚାର କରିଥିବା ସଂଙ୍ଘ ପକ୍ଷରୁ ଦାବୀ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ ଏକାନଙ୍କ ଗୁହାରି କେହି ଶୁଣିନଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ମାସିକ ୧୮୦୦୦ ଦରମା ସହ ସ୍ଥାୟୀ ନିଯୁକ୍ତି ଦାବୀରେ ଲୋୟର ପିଏମଜିରେ ଅଡି ବସିଛି ସଂଘ ।