ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରି ପଡିଲା ବାୟୁ ପ୍ରଦୂଷଣ । ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ପକ୍ଷରୁ ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନ ଲଗାଯାଇଛି । ଯଦି ଏହି ଜରିମାନ ଭରଣ କରିବାରେ ସରକାର ଅସଫଳ ହୁ୍ଅନ୍ତି,ତେବେ ପ୍ରତିମାସରେ ତାଙ୍କଠାରୁ ୧୦ କୋଟି ଟଙ୍କା ଆଦାୟ କରାଯିବ ବୋଲି ଆଜି ଏନ୍ଜିଟି ସୂଚନା ଦେଇଛି ।
ଦିଲ୍ଲୀ ସହ ଗୁରୁଗ୍ରାମ, ନୋଏଡା, ଫରିଦାବାଦ,ଗାଜିଆବାଦ ଆଦି ଅଞ୍ଚଳର ଲୋକମାନେ ବିଷାକ୍ତ ବାୟୁ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇପଡୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିଶ୍ୱାସ ନେବା ପାଇଁ ଶୁଦ୍ଧ ବାୟୁର ମାନ ନିର୍ଣ୍ଣୟ କରାଯାଇଥିବା ବେଳେ ତାହା ଦିଲ୍ଲୀ ବାୟୁରେ ଉପଯୁକ୍ତ ନାହିଁ ବୋଲି ଜଣା ପଡିଛି । ଅନ୍ୟପକ୍ଷରେ ପ୍ରଦୂଷଣ ରୋକିବା ଓ ଶୁଦ୍ଧ ବାୟୁ ଯୋଗାଇବାରେ ଦିଲ୍ଲୀ ସରକାର ବିଫଳ ହେବାରୁ ଏନ୍ଜିଟି ଏହି ପଦକ୍ଷେପ ନେଇଛି ।