ଭୁବନେଶ୍ୱର(ଏଟିଆର ବ୍ୟୁରୋ); ବିଶ୍ୱକପ ହକି ପାଇଁ ବଦଳି ଯାଇଛି ରାଜଧାନୀର ଚିତ୍ର । ସବୁଜ ଏବଂ ସୁନ୍ଦର କରିବା ପାଇଁ ସରକାର କରିଥିବା ଯୋଜନା ଗୁଡିକ ଠିକ ଭାବରେ କାର୍ଯ୍ୟ ହେଉଛି କି ନାଇଁ ଏଗୁଡିକ ଠିକସେ ତଦାରଖ ହେଉନଥିବା ଦେଖିବାକୁ ମିଳିଛି । ନିକଟରେ ରାଜ୍ୟ ସରକାର ମୋ ସାଇକେଲ ଯୋଜନା ପାଇଁ ରାଜଧାନୀର ରାଜରାସ୍ତା କଡରେ କରିଥିବା ଲାଲ ଟ୍ରାକରେ ସାଇକେଲ ଗଢ଼ିବା ପାଇଁ କରିଥିବା ବେଳେ ଏହି ଟ୍ରାକରେ ସାଇକେଲ ପରିବର୍ତ୍ତେ କେତେକ ଜାଗାରେ ଜମି ରହୁଛି ଚାରି ଚକିଆ ଯାନ ।
ରାଜମହଲ ପାଖା ପାଖି ସ୍ଥାନରେ କେବଳ କାର ନୁହେଁ ୪୦୭ ଟ୍ରକ ରଖାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ସବୁଠାରୁ ବଡ କଥା ହେଉଛି ଏକ ନମ୍ବର ମାର୍କେଟ ଏକ ୨ ନମ୍ବର ମାର୍କେଟ ଭିତରକୁ ଯିବା ପାଇଁ ହେଲେ ରାସ୍ତା ଉପରେ ପାର୍କିଂ କରିବା ପାଇଁ ପଇସା ଦେବାକୁ ପଡୁଛି । ସେହି ଅଞ୍ଚଳରେ ରାସ୍ତା କଡରେ ଦିଆଯାଇଥିବା ଲାଲ ଟ୍ରାକକୁ ବ୍ୟାରିକେଡ ଦେଇ ବନ୍ଦ କରାଯିବା ସହ ଏଠାରେ ପାର୍କିଂ କରିବା ପାଇଁ ସାଧାରଣ ଲୋକଙ୍କୁ ପଇସା ଦେବାକୁ ପଡୁଛି । କେବଳ ପାର୍କିଂ ନୁହେଁ ଏହି ଅଞ୍ଚଳରେ ରେଡ ଟ୍ରାକ ଉପରେ ରାସ୍ତା କଡରେ ବେପାର କରୁଥିବା ଫଳ ବେପାରୀ ମାନେ ମଧ୍ୟ ମାଡି ବସିଛନ୍ତି ।
ଏବେ ପ୍ରଶ୍ନ ଉଠିଛି ସରକାର ଏହି ରେଡ ଟ୍ରାକ କାହାପାଇଁ ବନେଇଛନ୍ତି ? ଲୋକଙ୍କ ସୁବିଧା ପାଇଁ ଏଭଳି ଯୋଜନା କରାଯାଇଛି ନାଁ ଆଗାମି ନିର୍ବାଚନକୁ ଆଖିରେ ରଖି ଏଭଳି ଲୋକ ଦେଖାଣିଆଁ କାମ କରୁଛନ୍ତି ଯାହାର କି କୈାଣସି ପ୍ରଭାବ ପଡୁନାହିଁ । ମାର୍କେଟ ଥିବାରୁ ଏଠାରେ ଅଧିକ ଭିଡ ଜମୁଥିବା ବେଳେ ରାସ୍ତା ଉପରେ ପାର୍କି ହୋଇଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଯେଭଳି ପାର୍କିଂ ହେଉଥିଲା ଲାଲ ରଙ୍ଗ କରିବା ପରେ ମଧ୍ୟ ସେହିଭଳି ହେଉଥିବାରୁ ଅଜଥା ଟଙ୍କା ଖର୍ଚ୍ଚ ହୋଇଥିବା ମଧ୍ୟ ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।
ରିପୋର୍ଟ ; ଗୁଣନିଧି ବେହେରା