ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଆପଣମାନେ ବିଭିନ୍ନ ସବୁଜ ପନିପରିବା ସେବନ କରୁଥିବେ । ଯେଉଁଥିରେ ଆୟରନ୍, ଭିଟାମିନ୍ ଏବଂ ପ୍ରୋଟିନ୍ ର ଅଭାବ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କ ମୂଳା ସେବନର ଫାଇଦା ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା…
– ସ୍ମରଣ ଶକ୍ତି ବଢାଇବାରେ ମୂଳା ଖୁବ୍ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ଥାଏ ଯାହା ଦାନ୍ତକୁ ମଜବୁତ୍ କରେ ।
– ମୂଳା ଖାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଯାଏ । ଏହାବ୍ୟତୀତ ମଧୁମେୟ ରୋଗୀଙ୍କ ପାଇଁ ମୂଳା ଖୁବ୍ ଲାଭଦାୟକ ହୋଇଥାଏ ।
– ପ୍ରତ୍ୟେକ ଦିନ ସକାଳୁ ଗୋଟେ ମୂଳା ଖାଇବା ଦ୍ୱାରା ଜଣ୍ଡିସ୍ ଦୂର ହୋଇଥାଏ ।
– ଅତ୍ୟଧିକ ଗରମ ପ୍ରଭାବରେ ଖଟା ହେକୁଡି ହୋଇଥାଏ ସେଥିପାଇଁ ଗୋଟେ କପ୍ ମୂଳା ଜୁସ୍ରେ ମିଶିରି ପକାଇ ପିଅନ୍ତୁ ।
– ଠିକ୍ ସମୟରେ ମାସିକ ଧର୍ମ ନହେବା ଯୋଗୁଁ ମୁହଁରେ ଫଳି ଯାଇଥାଏ । ସେଥିପାଇଁ ଚିନ୍ତା ନକରି ସକାଳୁ ପତ୍ର ସହିତ ଗୋଟେ ମୂଳା ସେବନ କରନ୍ତୁ ।