ମୁମ୍ବାଇ, (ଏଟିଆରବ୍ୟୁରୋ): ରାଜନୀତିରେ ଏବେ ନିଜ କ୍ୟାରିୟର ଆରମ୍ଭ କରିବେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ସେ ବିଜେପିରୁ ୨୦୧୯ରେ ପୁଣେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି ।
ଗତ ଜୁନରେ ବିଜେପି ପକ୍ଷରୁ ‘ସମର୍ଥନ ପାଇଁ ସମ୍ପର୍କ’ ସମୟରେ ବିଜେପି ସଭାପତି ଅମିତ ଶାହା ମୁମ୍ବାଇ ସ୍ଥିତ ମାଧୁରୀଙ୍କ ଘରକୁ ଯାଇଥିଲେ । ଅମିତ ଓ ମାଧୁରୀଙ୍କ ଭିତରେ ହୋଇଥିବା ସାକ୍ଷାତକାରରେ ମାଧୁରୀ ବିଜେପିରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହାସହ ମାଧୁରୀ ଓ ଅମିତଙ୍କ ସାକ୍ଷାତକାରର ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ମାଧୁରୀଙ୍କୁ ଲୋକସଭା ଆସନରୁ ପାର୍ଥୀ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା କହିଛନ୍ତି ।
ଏହା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଘୋଷଣା କରାଯିବ । ଏବେ ନିର୍ବାଚନ ପାଇଁ ଦଳ ଟିକେଟ ଚୂଡାନ୍ତ ଚାଲିଛି । ଏବେ ଦେଖିବାକୁ ବାକି ରହିଲା ଦଳରେ ମାଧୁରୀଙ୍କ ଆଗତ ପରେ ନିର୍ବାଚନର ମୋଡ କଣ ହେଉଛି । ସୂଚନାଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନରେ ପୁଣେରୁ ଜଣେ କଂଗ୍ରେସ ପାର୍ଥୀଙ୍କୁ ୩ଲକ୍ଷ ଭୋଟ ବ୍ୟବଧାନରେ ବିଜେପି ପାର୍ଥୀ ଅନୀଲ ଶୀଲୋରେ ପରାସ୍ତ କରିଥିଲେ ।