ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ ଶୀଘ୍ର ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ୍ ଶର୍ମା । ସୋନି ଟିଭି ମାଧ୍ୟମରେ ନିଜର ‘ଦି କପିଲ ଶର୍ମା ସୋ’ ର ଦ୍ୱିତୀୟ ସଂସ୍କରଣ ମାଧ୍ୟମରେ ଫ୍ୟାନମାନଙ୍କର ପୁଣି ମନୋରଞ୍ଜନ କରିବେ । ଏବେ ତାହାର ସୁଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ଏହି ସୋ’ର ପ୍ରୋମୋ ଗତ ନଭେମ୍ବର ମାସରେ ରିଲିଜ ହୋଇଥିଲା ।
ପ୍ରୋମୋ ରିଲିଜ ପରେ ସୋ’ର ଆରମ୍ଭକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନର ସୁଅ ଛୁଟିଥିଲା । ଏବେ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟିଛିି । ଶୁଣାଯାଉଛି ଯେ, ସୋ’ର ପ୍ରଥମ ଏପିସୋଡର ସୁଟିଂ ସରିଯାଇଛି । ଆଉ ଏହି ପ୍ରଥମ ଏପିସୋଡରେ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡର ଭାଇଜାନ ସଲମାନ ଖାନ୍ । ଏହାସହ ସୋ’ରେ ପୂର୍ବପରି ଚନ୍ଦନ, କିକୁ ଶାରଦ ଓ ସୁମୋନା ଚକ୍ରବର୍ତ୍ତୀ, କ୍ରିଷ୍ଣା ଅଭିଶେକ ଓ ଭାରତୀ ସିଂ ମଧ୍ୟ ନଜରକୁ ଆସିବେ । ଏବେ ରସେଲ ରାଓ ମଧ୍ୟ ଏହି ସୋ’ରେ ଯୋଗ ଦେବେ ବୋଲି ସ୍ୱୀକୃତି ଦେଇଛନ୍ତି ।
ଏହି ସୋ’ର ପ୍ରଥମ ସଂସ୍କରଣ ବନ୍ଦ ହେବାର ପ୍ରଥମ କାରଣ ହେଉଛି କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଫାଟ । ଏହି ଝଗଡା ସେବେଠୁ ଆରମ୍ଭ ହେଲା ଯେତେବେଳେ ସୁନୀଲଙ୍କୁ ଗୁଥି ମାଧ୍ୟମରେ କପିଲଙ୍କ ସୋ’ରେ ଅଧିକ ଲୋକପ୍ରିୟତା ମିଳିଥିଲା । କିନ୍ତୁ ସୁନୀଲଙ୍କୁ କପିଲ ଓ ସୋ’ ପ୍ରଯୋଜକ ସେତିକି ପ୍ରାଧାନ୍ୟ ଦେଇ ନଥିଲେ । ଯାହା ଫଳରେ ସୁନୀଲ ସମୟ ସୁବିଧା ଦେଖି ସୋ’ ପାଇଁ ମନା କରିଦେଇଥିଲେ । ଆଉ ସେବେଠୁ ଆରମ୍ଭ ହୋଇଥିଲା କପିଲ ଓ ସୁନୀଲଙ୍କ ମଧ୍ୟରେ ଝଗଡା । ଏହାଛଡା କପିଲ ସୁନୀଲଙ୍କ ମୁଭିକୁ ନିଜ ସୋ’ରେ ପ୍ରୋମୋଟ କରିବାକୁ ମନା କରି ଦେଇଥିଲେ ।
ଅନ୍ୟପଟେ ଏକ ବିମାନରେ ଯାତ୍ରା କରୁଥିବା ବେଳେ ନିଶାଶକ୍ତ ଅବସ୍ଥାରେ ସୁନୀଲଙ୍କୁ ଅର୍ତକିତ ଭାବରେ ଆକ୍ରମଣ କରିବା ସହ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ କପିଲ । ସୋ’ ବନ୍ଦ ହେବାର ଆଉ ଏକ ବଡ଼ କାରଣ ଥିଲା କପିଲଙ୍କ ଅସୁସ୍ଥତା । ତାଙ୍କ ଅସୁସ୍ଥତା ପାଇଁ ଡାକ୍ତର ତାଙ୍କୁ ଲମ୍ବା ସମୟ ପାଇଁ ବିଶ୍ରାମ ନେବାକୁ କହିଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସୋ’ କୁ ଫେରୁଥିବା ଜଣାପଡିଛି ।
Poore India ko ek saath hasaane aa raha hai #TheKapilSharmaShow! Jald hi sirf Sony par. @KapilSharmaK9 pic.twitter.com/nDvw0Zl5W0
— Sony TV (@SonyTV) November 27, 2018