ନୂଆଦିଲ୍ଲୀ(ଏଟିଆରବ୍ୟୁରୋ)- ଆଜି ଇରାନର ଚାବହାର ସହରର ପୋଲିସ ହେଡ୍ କ୍ୱୋଟର୍ସ ନିକଟରେ ଏକ ବଡଧରଣର ବିସ୍ପୋରଣ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ନ୍ୟୁଜ ଏଜେନ୍ସି ପକ୍ଷରୁ ମିଳିଥିବା ରିପୋର୍ଟ କହୁଛି ଏହା ଏକ ଆତ୍ମଘାତୀ ବିସ୍ପୋରଣ ।
ସେପଟେ ବିସ୍ପୋରଣ ପଛର କାରଣ ଜଣା ପଡି ନଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି ଇରାନ ପୋଲିସ । ଆମେ କହି ରଖୁଛୁ ଯେ, ଭାରତ ପାଇଁ ଇରାନର ଏହି ସହର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଚାବହାର ସହର ଏହି ଜାଗାରେ ଭାରତ ଓ ଇରାନ ମିଶି ବନ୍ଦରଗାହ ନାମକ ଏକ ବନ୍ଦର ନିର୍ମାଣ କରୁଛନ୍ତି । ଏହି ବନ୍ଦର ତିଆରି ହେଲେ ଇରାନରୁ ସାମଗ୍ରୀ ଆଣିବା ପାଇଁ ଭାରତକୁ ଆଉ ପାକିସ୍ତାନ ଦେଇ ଯିବାକୁ ପଡିବ ନାହିଁ ।
କେବଳ ଭାରତ ନୁହେଁ ଏହି ବନ୍ଦର ନିର୍ମାଣ ପରେ ଆଫଗାନିସ୍ତାନକୁ ମଧ୍ୟ ବେଶ ଫାଇଦା ହେବ । ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ଅର୍ଥାତ୍ ୨୦୦୩ରେ ଏହି ଯୋଜନା ଉପରେ ପ୍ରଥମେ ଗୁରୁତ୍ୱ ଦିଆଯାଇଥିଲା । ହେଲେ କୌଣସି କାରଣରୁ ଏହି ଯୋଜନା ଫଳପ୍ରଦ ହୋଇନଥିଲା, ତାପରେ ଆମେରିକା ଦ୍ୱାରା ଇରାନ ଉପରେ ବହୁ ପ୍ରତିବନ୍ଧକ ଲଗାଯାଇଥିଲା । ଯାହାପରେ ଭାରତରେ ଏହି ଯୋଜନାକୁ ନେଇ କଳାବାଦଲ ଛାଇ ଯାଇଥିଲା । କିନ୍ତୁ ମୋଦି ସରକାର ଆସିବା ପରେ ଏବେ ଏହି ଯୋଜନା ପୁଣି କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି ।