ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ । ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିକ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବାକୁ କେନ୍ଦ୍ରମନ୍ତ୍ରୀ ଟୁଇଟ କରି କହିଛନ୍ତି ।
ଦୁଇଦିନ ତଳେ ତାଳଚେରରେ ଜଣକ ଘରେ ହଠାତ ମାଟି ଦବି ଯାଇଥିଲା । ଏହି ଘଟଣାକୁ ନେଇ ଗତକାଲି ତାଳଚେର ବନ୍ଦ ପାଳନ ହୋଇଥିଲା । କାହିଁକି ଓ କେଉଁ କାରଣରୁ ଏପରି ହେଉଛି ତାହାର ଅନୁଧ୍ୟାନ ପାଇଁ ଅଡି ବସିଥିଲେ ଲୋକେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ଚାଲିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ଆଣିଥିଲା ପୁଲିସ । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗିଛି ।
ଅନ୍ୟପଟେ ଏହି ଘଟଣାର ବିଧିବଦ୍ଧ ତଦନ୍ତ ଓ ଅନୁଧ୍ୟାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଟୁଇଟ କରି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର ଉତ୍ତରରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ଅନୁଧ୍ୟାନ କରାଯିବ ବୋଲି ପିୟୁଷ କହିଛନ୍ତି ।