ବାଲେଶ୍ୱର(ଏଟିଆର ବ୍ୟୁରୋ); ପୁଣି ମାତିଲେ ଏଟିଏମ୍ ଲୁଟେରା । ଏଟିଏମ୍ ଭାଙ୍ଗି ଲୁଟ କଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡିଆ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଗ୍ୟାସ କଟର ମେସିନ ସାହାର୍ଯ୍ୟରେ ଏଟିଏମକୁ ତାଡି ସନ୍ତରାଗଡିଆ ଅଞ୍ଚଳରେ ଥିବା ଏକ ଆକ୍ସିସ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଦେଖିବାକୁ ମିଳିଛି । ତେବେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ ।
ପୋଲିସ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତନାଘନା ଚଳାଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ସମାନ ଢ଼ଙ୍ଗରେ ଲୁଟ ହୋଇଥିଲା । ପୁଣିଥରେ ଏଭଳି ଚୋରି ହେବା ଫଳରେ ସ୍ଥାନୀୟ ଲୋକ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପୋଲିସ ଚେତୁ ନାହାଁନ୍ତି କି ସୁରକ୍ଷା ବ୍ୟବସ୍ଥା ଢ଼ିଲା ହୋଇ ଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।