ଝାରସୁଗୁଡା (ଏଟିଆର ବ୍ୟୁରୋ); ଫେସବୁକରେ ରୋମିଓ ସାଜି ପ୍ରେମ ଜାଲରେ ପକାଇ ଝିଅଙ୍କୁ ହଇରାଣ କରୁଥିବା ଯୁବକକୁ ଗିରଫ କରିଛନ୍ତି ପୋଲିସ । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବନହାରୀ ଥାନା ବନ୍ଦବାହାଲ ଅଞ୍ଚଳର ମୁକେଶ ବାରିକ । ସେ ରାୟପୁରରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିବା ଜଣା ପଡିଛି । ମିଳିଥିବା ସୂଚନା ମୁତାବକ ଫେସବୁକରେ ନିଜ ତରଫରୁ ପ୍ରଥମେ ଝିଅଙ୍କ ପାଖକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଫ୍ରେଣ୍ଡ ହେବା ପରେ ଧିରେ ଧିରେ ଝିଅଙ୍କୁ ପ୍ରେମ ନିବେଦନ କରିଥାଏ ।
ଝିଅମାନେ ପ୍ରେମରେ ପଡିଗଲା ପରେ ମୁକେଶ ଆରମ୍ଭ କରିଥାଏ ନିଜର ଖେଳ । ପ୍ରେମରେ ପାଗଳ ହୋଇଥିବା ଝିଅଙ୍କୁ ମାଗିଥାଏ ସେମାନଙ୍କର ଉଲଗ୍ନ ଫଟୋ । ତେବେ ପ୍ରେମିକର ମନ କାଳେ ଦୁଃଖ ହୋଇଯିବ ସେ ଭୟରେ ଝିଅମାନେ ମଧ୍ୟ ଦେଇଥାନ୍ତି ସେମାନଙ୍କ ଫଟୋ । ଏହି ଫଟୋ ପାଇବା ପରେ ଦେହର ସାଥୀ ହେବା ପାଇଁ ବାଧ୍ୟ କରିଥାଏ । ଯଦି କେହି ଏଥିରେ ଅରାଜି ହୁଏ ତେବେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଇ ଦେବାର ଭୟ ଦେଖାଇଥାଏ । ପୂର୍ବରୁ ମଧ୍ୟ କେତେକ ଝିଅ ସଜ୍ଜା ସଙ୍ଗୀନି ହେବାକୁ ମନା କରିବା ପରେ ସୋସିଆଲ ମିଡିଆରେ ଛାଡିଥିବା ପୋଲିସ ଆଗରେ କହିଛି ମୁକେଶ ।
ଫଟୋ ଭାଇରାଲ କରିବାର ଭୟ ଦେଖାଇ ବହୁ ଝିଅଙ୍କ ସହ ରଖିଥିଲା ସମ୍ପର୍କ । ତେବେ ପାପ ବହୁ ଦିନ ଲୁଚି ରହେନି । ଏଣୁ ନିକଟରେ ୨ ଜଣ ଯୁବତୀ ଏବଂ ଜଣେ ନାବାଳିକା ଥାନାରେ ଏତଲା ଦେବା ପରେ ପୋଲିସ ମୁକେଶକୁ ଗିରଫ କରିବା ସହ ମୋବାଇଲକୁ ଜବତ କରିଛି । ପୋଲିସ ସୂତ୍ରରୁ ଜଣା ପଡିଛି କି ମୁକେଶ ମୋବାଇଲରେ ୪୦ ଜଣ ଝିଅଙ୍କର ଅଶ୍ଳିଳ ଫଟୋଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡି ଯାଉଛି କି ମୁକେଶ କେତେ ବଡ ଖେଳାଳି ଥିଲା । ଝିଅମାନଙ୍କୁ ପ୍ରେମରେ ପକାଇ ଶେଷରେ ପ୍ରତାରଣା ଦେଉଥିବା ରୋମିଓ ଗଲା ଜେଲ ।