ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ): ଅନଲାଇନ୍ ରେ ଖାଦ୍ୟ ମଗାଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଉ ଡୋର୍ ଟୁ ଡୋର୍ ଡେଲିଭର ବୟଙ୍କୁ ଦେଖିବାକୁ ପାଇବେ ନାହିଁ । ଏବେ ଘରେ ଖାଦ୍ୟ ଯୋଗାଇବ ଡ୍ରୋନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଜ୍ଞା ହଁ ଖୁବ୍ ଶୀଘ୍ର ଦେଶରେ ଡ୍ରୋନ ସାହାଯ୍ୟରେ ଖାଦ୍ୟ ଡେଲିଭରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏବେ ଅନଲାଇନ୍ ରେ ଖାଦ୍ୟ ଅର୍ଡର କଲେ ଡ୍ରୋନ ଦ୍ୱାରା ଖାଦ୍ୟ ଆସି ଆପଣଙ୍କ ଘରେ ପହଞ୍ଚିବ । ଏନେଇ ଜୋମାଟୋ ନାମକ ଏକ ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଯୋଜନା ପ୍ରସ୍ତୁତ କରିଛି ।
ଏହାକୁ ନେଇ କମ୍ପାନୀ ପକ୍ଷରୁ ଟେକ୍ ଇଗଲ ଇନୋଭେସନ ସହ ଚୁକ୍ତି ହୋଇଛି । ଏହି ଟେକ୍ ଇଗଲ ଇନୋଭେସନ ଉତ୍ତରପ୍ରଦେଶର ଲକ୍ଷେ୍ମøରେ କାର୍ଯ୍ୟ କରୁଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ । ଦୁଇ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଗ୍ରାହକଙ୍କୁ ଡ୍ରୋନ ଦ୍ୱାରା ଖାଇବା ଅର୍ଡର କରିବାର ଏକ ଘଣ୍ଟା ମଧ୍ୟରେ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଜୋମାଟୋ ଦେଶର ଏକ ଶହରୁ ଅଧିକ ସହରରେ ଖାଦ୍ୟ ଯୋଗାଣ କାର୍ଯ୍ୟ ଜାରି ରଖିଛି ।