ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁ ପ୍ରେମୀଯୁଗଳ ଚାହାଁନ୍ତି ସେମାନଙ୍କ ସମ୍ପର୍କ ସବୁ ଦିନ ପାଇଁ ରହିଥାଉ । ମାତ୍ର ଏହା ସମସ୍ତଙ୍କ ଭାଗ୍ୟରେ ନଥାଏ । ଛୋଟ ଛୋଟ ଭୁଲ ପାଇଁ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଥାଏ । ଫଳରେ ଯେତେ ଦିନର ସମ୍ପର୍କଥିଲେ ମଧ୍ୟ ଏହା ମାଟିରେ ମିଶିଯାଇଥାଏ । ଏଣୁ ସବୁ ପ୍ରେମୀ ଯୁଗଳମାନେ କିଛି ନୀତି ନିୟମ ମାନି ରହିବା ଦରକାର । ଯାହାଦ୍ୱାରା ଏହି ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ରହିବ ଏବଂ କେବେ ହେଲେ ଭୁଲ ବୁଝାବଣା ହେବନାହିଁ । ଏଣୁ ନିଜର ପ୍ରେମୀଙ୍କ ମନକୁ ଜିତିବା ପାଇଁ କରନ୍ତୁ ଏହି ସବୁ କାମ
ପ୍ରଥମତଃ ରିଲେସନସିପରେ ଥିବା ବେଳେ ନିଜର ପ୍ରେମିକା ଉପରେ କେବେ ବି ଅବିଶ୍ୱାସ କରନ୍ତୁ ନାହିଁ । କାରଣ ଥରେ ଯଦି ସନ୍ଦେହ ମନରେ ପଶି ଯାଏ ତେବେ ସେ ଯେତେ ଠିକ କାମ କଲେ ମଧ୍ୟ ଭୁଲ ଭଳି ଲାଗିବ । ଏଣୁ କେବେ ବି ନିଜର ପ୍ରେମିକା ଉପରେ ସନ୍ଦେହ କରନ୍ତୁ ନାହିଁ ।
ନିଜ ପ୍ରେମିକାଙ୍କ ଯୋଗ୍ୟତାକୁ ଗୁରୁତ୍ୱର ସହ ନେବା ଦରକାର । ସବୁବେଳେ ନିଜ ପ୍ରେମିକାର ପ୍ରଂଶସା କରିବାକୁ ଭୁଲନ୍ତୁ ନାହିଁ । ମଝିରେ ମଝିରେ ଆଇ ଲଭ ୟୁ କହିବା ନିହାତି ଦରକାର ଯାହାଦ୍ୱାରା ପ୍ରେମିକାର ପ୍ରେମ ବଢ଼ିଯିବ ।
ତେବେ ସବୁଠାରୁ ବଡ କଥା ହେଉଛି ଝିଅମାନେ ଅଧିକ ବୁଲାବୁଲି କରିବା ପାଇଁ ଭଲ ପାଇବା ସହ ଗିଫ୍ଟ ନେବାକୁ ଭଲ ପାଆନ୍ତି । ଏଣୁ ନିଜ ପ୍ରେମିକାର ମନବୁଝି ମଝିରେ ମଝିରେ ବୁଲେଇ ନେବା ସହ ଗିଫ୍ଟ ଦେଲେ ସେ କେବେ ବି ମନରୁ ନିଜ ପ୍ରେମିକକୁ ଭୁଲିପାରିବେନି ଫଳରେ ପ୍ରେମ ଅଧିକ ଦିନ ତିଷ୍ଠି ରହିବ ।
ସବୁ ଝିଅ ଚାହାଁନ୍ତି ତାଙ୍କ ପ୍ରେମିକ ତାଙ୍କର ସବୁ କଥା ଶୁଣନ୍ତୁ ଏଣୁ ପ୍ରେମିକ ଟିକେ କମ କହି ତାଙ୍କ କଥା ଶୁଣନ୍ତୁ । ମାର୍କେଟ ଗଲେ ନିଜେ ପଇସା ଖର୍ଚ୍ଚ କରିବା ସହ ତାଙ୍କ ମନ ପସନ୍ଦର ଡ୍ରେସ ଏବଂ ଖାଇବା କିଣିଦିଅନ୍ତୁ । ଯାହା ଫଳରେ ପ୍ରେମିକାଙ୍କ ପ୍ରେମ ଦୁଇଗୁଣା ବଢ଼ିଯିବ ।
ସବୁବେଳେ ନିଜ ପ୍ରେମିକାଙ୍କ ସୁରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ । ଯାହା ଫଳରେ ତାଙ୍କର ତମ ଉପରେ ବିଶ୍ୱାସ ହୋଇଯିବ କି ମୋତେ ଭବିଷ୍ୟତରେ ମଧ୍ୟ ସୁରକ୍ଷା ଦେଇପାରିବେ ।