ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ଜୟଦେବ ବିହାରରେ ଥିବା ଇଏସଆଇ ହସ୍ପିଟାଲରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଅହଲ୍ୟା ଭଞ୍ଜ । ତେବେ ଏହି ମୃତ୍ୟୁ ପାଇଁ ମେଡିକାଲରେ କତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ ଆସିଛି । ଏଣୁ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶବକୁ ଧରି ଜୟଦେବ ବିହାର ରାସ୍ତା ରୋକ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ରାସ୍ତା ବନ୍ଦ ହେବା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଣୁ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ ଅହଲ୍ୟାଙ୍କ ସ୍ୱାମୀ ସିକ୍ୟୁରୁଟି ଗାର୍ଡ ଭାବରେ କାମ କରନ୍ତି । ସେ ସାଲିଆ ସାହିରେ ରୁହନ୍ତି । ଅହଲ୍ୟାଙ୍କ ଦେହ ଖରାପ ହେବାରୁ ତାଙ୍କୁ ନିକଟରେ ଥିବା ଇଏସଆଇ ହସ୍ୱିଟାଲରେ ଭର୍ତ୍ତି କରଯାଇଥିଲା । ତେବେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରିବର୍ତ୍ତେ ଦେହ ଅଧିକ ଖରାପ ହେବାକୁ ଲାଗିଲା । ଫଳରେ ମେଡିକାଲ କତ୍ତୃପକ୍ଷ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କହିଥିଲେ । ଏଥିରେ ପରିବାର ଲୋକ ମଧ୍ୟ ରାଜି ହୋଇଥିଲେ । ମାତ୍ର ଗତକାଲି ମେଡିକାଲର କମ୍ପୁଟର ଖରାପ ହୋଇଥିବାରୁ ତାଙ୍କୁ ଟ୍ରାନ୍ସଫର କରାଯାଇ ପାରିନଥିଲା । ଫଳରେ ଆଜି ପାହାନ୍ତାରୁ ଅହଲ୍ୟାଙ୍କର ମୃତ୍ୟୁ ହୋଇଛି ।
ଏହି ଖବର ପାଇବା ପରେ ସାଲିଆ ସାହିରେ ଥିବା ମୃତକଙ୍କ ସମ୍ପର୍କୀୟ ମାନେ ଆସି ରାସ୍ତାରେ ଶବ ରଖି ଆନ୍ଦୋଳନ କରିଛନ୍ତି । ଏହି ମୃତ୍ୟୁ ପାଇଁ ମେଡିକାଲ କତ୍ତୃପ୪ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ଏମାନେ । କାରଣ କାଲି ଯଦି ତାଙ୍କୁ ଅନ୍ୟତ୍ର ନେବା ପାଇଁ ଦିଆଯାଇଥାନ୍ତା ତେବେ ଆଜି ଅହଲ୍ୟାଙ୍କର ମୃତ୍ୟୁ ହୋଇନଥାନ୍ତା ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି ।