ବଲାଙ୍ଗିର (ଏଟିଆର ବ୍ୟୁରୋ): କାମକୁ ନଯିବାରୁ ମାରିଦେଲେ ଶ୍ରମିକଙ୍କୁ । ନୃଶଂସ ଦାଦନ ସର୍ଦ୍ଦାରଙ୍କ ମାଡରେ ଏକ ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି । ମୃତ ଶ୍ରମିକ ଜଣଙ୍କ ନାଁ ଜଗଦିଶ ମିର୍ଦ୍ଧ । ଘର ପାଟଣାଗଡ ଡୁମେରପଦର ଗାଁରେ ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ଜଗଦୀଶ ମିର୍ଦ୍ଧା ଶ୍ରମିକ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ସେଥିପାଇଁ ସେ ବିଭିନ୍ନ ଗାଁକୁ ଯାଇଥାନ୍ତି । ପଣ୍ଡାମୁଣ୍ଡା ଗାଁର ଜଣେ ଦାଦନ ସର୍ଦ୍ଦାର କାମ କରିବା ପାଇଁ ଜଗଦୀଶଙ୍କୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ବଇନା ଆକାରରେ ଦେଇଥିଲେ । କିନ୍ତୁ ଜଗଦୀଶ ଠିକ୍ ସମୟରେ କାମରେ ନପହଁଚିବାରୁ ଦାଦନ ସର୍ଦ୍ଦାର ଏବଂ ତାଙ୍କର ଅନ୍ୟଜଣେ ସାଥୀଙ୍କ ସହ ମିଶି ଜଗଦୀଶକୁ ଘରୁ ଉଠାଇ ନେଇଥିଲେ । ଏହାପରେ ଉଭୟେ ମିଶି ନୃଶଂସ ଭାବେ ଜଗଦୀଶକୁ ମାରି ତାଙ୍କ ଘର ଆଗରେ ଫୋପାଡି ଚାଲି ଯାଇଥିଲେ ।
ଘର ଲୋକେ ତାଙ୍କୁ ପ୍ରଥମେ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ତାଙ୍କ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଗତକାଲି ଜଗଦୀଶଙ୍କ ମୃତ୍ୟୁ ଘଟିଛି । ଏନେଇ ପରିବାର ଲୋକେ ଥାନା ଅଭିଯୋଗ କରିଛନ୍ତି ।