ବାଲେଶ୍ୱର,(ଏଟିଆର ବ୍ୟୁରୋ): ବାଲେଶ୍ୱର ହଳଦୀପଦା ଛକ ନିକଟରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଜଣେ ରୋଗୀଙ୍କୁ ହସପିଟାଲ ନେଇ ଯାଉଥିବା ସମୟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଛି । ଯେଉଁଥିରେ ଯଦିଓ ରୋଗୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତଥାପି ରୋଗୀଙ୍କ ସମ୍ପର୍କୀୟଙ୍କ ଜୀବନ ଯାଇଛି । କେବଳ ଏତିକି ନୁହେଁ ରୋଗୀଙ୍କୁ ମିଶାଇ ମୋଟ ୫ଜଣ ଏବେ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳାଙ୍କ ନାଁ ଶାନ୍ତିଲତା ମିତ। ଆହତମାନେ ହେଲେ- ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲପର୍ ବିଶ୍ୱଜିତ୍ ମିଶ୍ର, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତି, ରୋଗୀ ରାଜେଶ ମିତ, ରୋଗୀଙ୍କ ସମ୍ପର୍କୀୟ ଶଶିକାନ୍ତ ଚକ୍ରବର୍ତ୍ତୀ ଓ ଶଶିକାନ୍ତଙ୍କ ପତ୍ନୀ ସୁନୀତା ମିତ।
ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଧିକ ଚିକିତ୍ସା ନେଇ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ବାକି ୩ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏକ ଟ୍ରକ ସହ ଧକ୍କା ହେବାରୁ ଏଭଳି ଅଘଟଣ ଘଟିଛି । ମିଳିଥିବା ରିପୋର୍ଟ ଅନୁସାରେ, ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ହୃଦ୍ରୋଗୀ ରାଜେଶ ମିତଙ୍କୁ ନେଇ ବାଲେଶ୍ୱର ଆସୁଥିବା ବେଳେ ସକାଳ ପ୍ରାୟ ୬ଟା ୧୫ ବେଳେ ହଳଦୀପଦା ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ରୋଗୀଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ସେପଟେ ଉଦଳା ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସ ଦୁର୍ଘଟଣଗସ୍ତ ହୋଇଛି । ଆମ୍ବୁଲାନ୍ସଟି ଓଲଟି ପଡିବା ଯୋଗୁ ଜଣେ ଫାର୍ମାଷିଷ୍ଟ ଆହତ ହୋଇଥିବା ଖବର ମିଳିଛି ।