ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧନବାନ୍ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ, ସେଥିପାଇଁ ଅନେକ ନିରନ୍ତର ପ୍ରୟାସ ମଧ୍ୟ କରିଥାନ୍ତି । କିନ୍ତୁ ଲକ୍ଷେ ଚେଷ୍ଟା କରିବା ପରେ ଯଦି ଆର୍ଥିକ ସମସ୍ୟାରୁ ମୁକ୍ତି ନମିଳୁଛି, ତେବେ ସେଥିପାଇଁ ତିନି ଶୁକ୍ରବାର ଏହି ଉପାୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ୟାମାନ ଦୂର ହୋଇଯିବ । ଆସନ୍ତଚ ଜାଣିବା କ’ଣ ରହିଛି ଉପାୟ..
ମନ୍ତ୍ର ଜପ:
- ଶୁକ୍ରବାର ଦିନ ସକାଳୁ ସ୍ନାନ କରି ପୂଜା ସ୍ଥାନରେ ଘିଅ ଦୀପ ଜଳାନ୍ତୁ । ଏହାସହିତ ୧୦୮ ଥର ‘ଓଁ ଶ୍ରୀଂ ଶ୍ରୀୟେ ନମଃ’ ମନ୍ତ୍ର ଜପନ୍ତୁ । ଏହାକୁ ଲଗାତର ଭାବେ ତିନି ଶୁକ୍ରବାର ପର୍ଯ୍ୟନ୍ତ କରିବା ଉଚିତ୍ ।
- ସୁଖ-ସମୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତୁ ।
- ମା’ ଲକ୍ଷ୍ମୀଙ୍କୁ ମିଶିରି ଏବଂ କ୍ଷୀରି ବହୁତ ପସନ୍ଦ । ସେଥିପାଇଁ ମନ୍ତ୍ର ଜପ କରିବା ପରେ ମା’ଙ୍କଠାରେ ମିଶିରି ଏବଂ କ୍ଷୀରି ଭୋଗ ଲଗାନ୍ତୁ । ଏହାପରେ କୁନି କୁନି ଛୁଆଙ୍କୁ ଏହି ଭୋଗକୁ ଖୁଆନ୍ତୁ ।