ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ଶେଷରେ ତୁଟିଛି ରାଜସ୍ଥାନର ଅଡୁଆ ଅଙ୍କ । ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚାଲିଥିବା ମାନସମନ୍ଥନର ଅନ୍ତ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ଉପରେ ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଶୋକ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଛି । ତେବେ ରାଜସ୍ଥାନରେ କଂଗ୍ରେସର ବିଜୟ ପଛର ମୁଖ୍ୟ ନାୟକ କୁହାଯାଉଥିବା ସଚିନ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ନେଇ ମଧ୍ୟ ରାଜସ୍ଥାନ ପର୍ଯ୍ୟବେକ୍ଷକ କେସି ଭେନୁଗୋପାଳ ଘୋଷଣା କରିଛନ୍ତି ।
ଋାଜସ୍ଥାନରେ କଂଗ୍ରେସର ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ରାଜନୀତିର ଜଟିଳ ଗଣିତ ଛିଡୁ ପାରୁନଥିଲା । ତିନି ଦିନ ଧରି ଏହି ମାନସମନ୍ଥନ ଚାଲିବା ପରେ ଆଜି ଏହି ନିଷ୍ପତି ନିଆଯାଇଛି । ସଚିନଙ୍କ ସମର୍ଥକ ମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବୀ କରିବା ସହ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ ।