ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତୀୟ ଲୋକେ ଜ୍ୟୋତିଷଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି ଏବଂ ଶୁଭ ଓ ଅଶୁଭ ର ମାନ୍ୟତା ଭଲ ଭାବେ ସେମାନଙ୍କୁ ଜଣା ଥାଏ । ସାଧାରଣତଃ ଶୁଭ କାର୍ଯ୍ୟ ପାଇଁ ଘରୁ ବାହାରିଲା ବେଳେ କିଛି ବ୍ୟକ୍ତି ମିଠା ଖାଇ ବାହାରିଥାନ୍ତି । କିନ୍ତୁ ଅନ୍ୟ କିଛି ବ୍ୟକ୍ତି ଏହାକୁ ଅଶୁଭ ବୋଲି କହିଥାନ୍ତି । ଏହାସହିତ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଗଲାବେଳେ ଛିଙ୍କିବା, ତିନିଜଣ ଏକାଠି ଯିବା, ରାସ୍ତାରେ ବିଲେଇ ପାସ୍ କରିବା ଆଦିକୁ ଅଶୁଭ ବୋଲି ମାନିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବିଲେଇ କେବେ ଶୁଭ ସଂକେତ ଦେଇଥାଏ, ତେବେ ଆସନ୍ତୁ ଜାଣିବା..
- ଯଦି ଆପଣଙ୍କୁ ବିଲେଇ ତାର ଛୁଆଙ୍କ ସହ ଦେଖାଦେଇ ଥାଏ ତେବେ ଏହା ଶୁଭ ସଂକେତ । ଏହାର ଅର୍ଥ ଆପଣଙ୍କର କୌଣସି ଖାସ୍ ବନ୍ଧୁଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି ।
- ବିଶ୍ୱାସ ରହିଛି କି ଦୀପାବଳୀ ଦିନ ଆପଣଙ୍କ ଘରୁକୁ ବିଲେଇ ପ୍ରବେଶ କରିବାର ଅର୍ଥ ହେଉଛି ଘରେ ସ୍ୱୟଂ ଲକ୍ଷ୍ମୀମାତାଙ୍କ ଆଗମନ । ଏହାସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।
- ବିଲେଇ ରାସ୍ତାରେ କ୍ରସ କରିବା ମାନେ ଅଶୁଭ ବୋଲି ଆପଣ ଜାଣିଥିବେ ନିଶ୍ଚିତ । କିନ୍ତୁ ବେଳେ ବେଳେ ରାସ୍ତାରେ ବିଲେଇ କ୍ରସ୍ କରିବା ଶୁଭ ସଂକେତ ମଧ୍ୟ ହୋଇଥାଏ । ଯଦି ବିଲେଇଟି ବାମ ପାଶ୍ୱର୍ରୁ ରାସ୍ତା ପାର ହେଉଛି ତେବେ ଏହା ଶୁଭ ହୋଇଥାଏ । କିନ୍ତୁ ଦକ୍ଷିଣ ପାଶ୍ୱର୍ରୁ ପାର୍ ହେବା ଅର୍ଥ ଅଶୁଭ ବୋଲି କୁହାଯାଏ ।