ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ । ସେ ମହିଳା ହୁଅନ୍ତୁ ବା ନାବାଳିକା । କେହି ବି ବାଦ ପଡି ନାହାଁନ୍ତି ଦେହଲୋଭି ମଣିଷଙ୍କ ଆଖିରୁ । ପ୍ରତ୍ୟେକ ଦିନ ଖବର ପ୍ରସାରିତ ହେଲେ ମଧ୍ୟ ସଜାଗ ହେବା ପରିବର୍ତ୍ତେ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ପୁଣି ଏକ ଦୁଷ୍କର୍ମ ଖବର ନଜରକୁ ଆସିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀ ସମୟପୁର ବାଦଲୀ ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ଜଣେ ନାବାଳିକା ଘରେ ଏକୁଟିଆ ଥିବା ସମୟରେ ତାଙ୍କ ପଡୋଶୀ ଏହାର ଫାଇଦା ଉଠାଇଥିବା ଅଭିଯୋଗ ହୋଇଛି ।
ପିଡିତାଙ୍କ ବାପା ମା ଦିନ ମଜୁରିଆ ହୋଇଥିବରୁ ସେମାନେ କାମ କରିବା ପାଇଁ ବହାରକୁ ଚାଲିଯାଇଥିଲେ । ଏଣୁ ଏହାର ଫାଇଦା ଉଠାଇଥିଲା ପଡୋଶୀ ଯୁବକ । ପୂର୍ବରୁ ମନରେ ଥିବା ପାପକୁ ପଦାରେ ପକାଇଛି । ଝିଅର ଘର ଲୋକ କାମକୁ ପଳେଇବା ପରେ ଘରେ ପଶି ଜୋର ଜବରଦସ୍ତ ପୁରୁଷପଣିଆ ଜାହିର କରିଥିଲା । ଏବଂ ମନ ଶାନ୍ତି ହେବା ପରେ ନାବାଳିକା ଭୟଭିତ କରାଇବା ପାଇଁ ଚେଷ୍ଟା କରିଥିଲା । ଯଦି ଏହି ଘଟଣା ବିଷୟରେ କାହାକୁ କହିବୁ ତେବେ ଜୀବନରୁ ମାରଦେବି ବୋଲି ମଧ୍ୟ ଧମକ ଦେଇଥିଲା ।
ନାବାଳିକାର ବୟସ ମାତ୍ର ୯ ବର୍ଷ । ଏଣୁ ଦୁଷ୍କର୍ମ ପରେ ନିଜର କଷ୍ଟକୁ ସହ୍ୟ କରିନପାରି ବାପା ମା ଆସିବା ପରେ ଘରଲୋକଙ୍କ ଆଗରେ ସବୁ କଥା କହିଥିଲା । ଏହାପରେ ପରିବାର ଲୋକ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏବଂ ପିଡିତାଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଲକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଘରକୁ ଯାଇଥିଲା । ମାତ୍ର ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।