କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତଥିବା ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ପୋଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳରେ ଜଣେ ବିଧବା ମହିଳା ତାଙ୍କ ଝିଅ ଜ୍ୱାଇଁଙ୍କ ସହ ଏକ ଭଡାଘରେ ରହୁଥିଲେ । ତେବେ ଗତ ୧୪ ତାରିଖଦିନ ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ସମେତ ୬ଜଣ ବିଧବାଙ୍କ ଘରେ ପଶି ନିର୍ଦ୍ଧୁମ ମାଡ ମାରିଥିଲେ ।
କେବଳ ମାଡରେ ଶାନ୍ତି ହୋଇନଥିଲେ ଦୁର୍ବୃତ୍ତ । ଶେଷରେ ବିଧବା ମହିଳାଙ୍କ ଉପରେ ଖରାପ ନଜର ପଡିଥିଲା । ଏବଂ ସେମାନେ ଜଣକ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ହେବା ଫଳରେ ମହିଳା ଜଣକ କଷ୍ଟ ସହ୍ୟ କରିନପାରି ଜୋରରେ କାନ୍ଦିବା ସହ ଅଚେତ ହୋଇଯାଇଥିଲେ । ମନଭରି ଉପଭୋଗ କଲାପରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡି ପଳାଇଥିଲେ । ଦୁଷ୍କର୍ମ କରିଥିବା ଦୁବୃର୍ତ୍ତମାନେ ମହିଳାଙ୍କୁ ଏହି ଘଟଣା ସମ୍ପର୍କରେ କାହା ଆଗରେ କହିଲେ ମାରିଦେବାର ଧମକ ଦେଇଥିଲେ କିନ୍ତୁ ଏହି ଧମକକୁ ଭୟ ନକରି ମାର୍ଶାଘାଇ ଥାନାରେ ଏକ ଏତଲା ଦେଇଛନ୍ତି
ମହିଳା ।
ବିଧବା ମହିଳାଙ୍କ ଏତଲା ଆଧାରରେ ମାର୍ଶାଘାଇ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏହି ଘଟଣାରେ ସମ୍ପୃକ୍ତଥିବା ଆଉ ଦୁଇ ଜଣ ଫେରାର ଅଛନ୍ତି ।