ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୯୮୪ ମସିହାର ସିଖ୍ ଦଙ୍ଗା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛି । ଏହାସହିତ ଡିସେମ୍ବର ମାସ ୩୧ ସୁଦ୍ଧା ସଜ୍ଜନ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୩ ଅପ୍ରିଲ ମାସରେ ସଜ୍ଜନଙ୍କୁ ଛାବନୀରେ ପାଞ୍ଚ ଜଣ ସିଖ୍ ଙ୍କ ହତ୍ୟା ମାମଲାରେ ଦିଲ୍ଲୀର ତଳ ଅଦାଲତ ଦୋଷ ମୁକ୍ତ କରିଥିଲେ । କିନ୍ତୁ ପରମୁହୂର୍ତ୍ତରେ ଏହା ବିରୋଧରେ ସିବିଆଇ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଏହାବ୍ୟତିତ କ୍ୟାପ୍ଟେନ୍ ଭାଗମଲ, ପୂର୍ବତନ ଲୋକପ୍ରତିନିଧି ବଲୱାନ ଯାଦବ ଏବଂ ଗିରିଧାରୀ ଲାଲଙ୍କୁ ବି ଅଜୀବନ କାରାଦଣ୍ଡ ଶୁଣାଇ ଦିଆଯାଇଛି ।
ମିଡିଆ ରିପୋର୍ଟ ମୁତାବକ, ଗତ ଅକ୍ଟୋବର ୨୯ରେ ଜଷ୍ଟିସ୍ ଏସ ମୁରଲୀଧର ଏବଂ ଜଷ୍ଟିସ୍ ଦୀପକ ଗୋୟଲ ଏହି ମାମଲରେ ଶୁଣାଣି କରିବା ସହ ନିଷ୍ପତି ସୁରକ୍ଷିତ ରଖିଥିଲେ ।