ପର୍ଥ (ଏଟିଆର ବ୍ୟୁରୋ); ଭାରତକୁ ଜିତିବା ପାଇଁ ଆଉ ଦରକାର ୧୭୫ ରନ । ଗୋଟିଏ ଦିନର ଖେଳ ବାକିଥିବା ବେଳେ ଭାରତ ହାତରେ ବାକି ଅଛି ୫ଟି ୱିକେଟ । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ବିନିମୟରେ ମାତ୍ର ୧୧୨ ରନ କରିବା ପାଇଁ ସକ୍ଷମ ହୋଇଛି । ଦ୍ୱିତୀୟ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନିରାଶ ଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଶେଷଦିନରେ ଭାରତ ପାଇଁ ହନୁମାନ ବିହାରୀ ଏବଂ ପନ୍ଥ ସାହା ଭରଷା ହେବେ । କାରଣ ଏହି ଦୁଇ ଖେଳାଳି ପଡିଆରେ ମହଜୁଦ ଅଛନ୍ତି ।
ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୩୨୬ ରନ କରିବାରେ ସଫଳ ହୋଇଥିଲା । ଭାରତ ତାର ପ୍ରଥମ ପାଳିରେ ଅଲଆଉଟ ହୋଇ ୨୮୩ ରନ କରିଥିଲା । ଏହା ପରେ ଭାରତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଠାରୁ ୪୩ ରନ ପଛରେ ପଡିଯାଇଛି । ସେପଟେ ଦ୍ୱିତୀୟ ପାଳିରେ କଙ୍ଗାରୁ ଦଳ ୨୪୩ ରନ କରିବାରେ ସକ୍ଷମ ହୋଇଥିଲା । ଏହା ପରେ ଭାରତ ଆଗରେ ୨୮୬ର ରନର ଲକ୍ଷ ରହିଥିବା ବେଳେ ଭାରତ ଏହାର ପିଛା କରିବାକୁ ଯାଇ ଚତୁର୍ଥ ଦିନରେ ୫ଟି ୱିକେଟ ହରାଇ ମାତ୍ର ୧୧୨ରେ କରିପାରିଛି । ଫଳରେ ଭାରତ ଆଗରେ ଆଉ ୧୭୫ ରନର ମାଇଲଖୁଣ୍ଟ ରହିଛି ।