ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ପୁଣି ଇଡି ଜେରା କରିଛି ଇଡି । ବନ୍ଦ କୋଠରୀରେ ତାଙ୍କୁ ମାରାଥନ ଜେରା କରିଛନ୍ତି ଇଡିର ତଦନ୍ତକାରୀ ଅଧିକାରୀ ।
ଆଇଏନଏକ୍ସ ମିଡିଆରେ ୩୦୫ କୋଟି ମାମଲାରେ ପି, ଚିଦାମ୍ବରମ ଓ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ସମ୍ପୃକ୍ତି ନେଇ ତଦନ୍ତ କରୁଛି ଇଡି । ଏହି କ୍ରମରେ ଆଜି ପୁଣି ଇଡିରେ ହାଜର ହୋଇଥିଲେ ଚିଦାମ୍ବରମ । ଦିନ ପ୍ରାୟ ୧୧ଟା ୩୦ରେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ଚିଦାମ୍ବରମ । ତେବେ ଇଡି ପାଖରେ ତାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ଥିଲେ ବି ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ପାଇଁ ତାଙ୍କୁ ଜାନୁଆରୀ ୧୫ ଯାଏ ଇଡି ଗିରଫ କରି ପାରିବ ନାହିଁ ।
ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆଇନ୍ ଅନୁଯାୟୀ ଆଜି ଚିଦାମ୍ବରମଙ୍କ ବୟାନ ରେକର୍ଡ କରାଯାଇଛି। ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।
ଆଇଏନ୍ଏକ୍ସ ମିଡିଆ ବ୍ୟତୀତ ୩୫୦୦ କୋଟିର ଏୟାରସେଲ ମ୍ୟାକ୍ସିସ ଦୁର୍ନୀତି ଘଟଣାରେ ମଧ୍ୟ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଏବେ ସିବିଆଇ କରୁଛି।