ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି କୌଣସି ଜାତକରେ ଶୁକ୍ର ଦୋଷ ଥାଏ ତେବେ ସେହି ବ୍ୟକ୍ତିମାନେ ସଠିକ୍ ଭାବେ ସୁଖ-ସୁବିଧା ଲାଭ କରି ପାରନ୍ତି ନାହିଁ । ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ସତ କିନ୍ତୁ ଧନ ସମ୍ପନ୍ଧୀୟ କାର୍ଯ୍ୟରେ ସଫଳତା ପାଇ ପାରନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରକୁ ବୈବାହିକ ଜୀବନର କାରକ ବୋଲି କୁହାଯାଏ । ଏହି ଗ୍ରହ ଅଶୁଭ ହେବା ଦ୍ୱାରା ବୈବାହିକ ଜୀବନରେ ସୁଖ କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହଙ୍କ ଶୁଭ ଫଳ ପ୍ରାପ୍ତି ପାଇଁ କିଛି ସରଳ ଉପାୟ…
ଶୁକ୍ରବାର କରନ୍ତୁ ଲକ୍ଷ୍ମୀ ପୂଜା:
ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କ ପୂଜା ବିଶେଷ ରୂପେ କରାଯାଇଥାଏ । ଲକ୍ଷ୍ମୀଙ୍କ କୃପାରୁ ଯେକୌଣସି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ଏହି ଦିନ ମା’ଙ୍କ ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଏହାବ୍ୟତୀତ ଶୁକ୍ରବାର କୌଣସି ବିବାହିତା ମହିଳାଙ୍କୁ ସୁହାଗ ସହ ଜଡିତ ଜିନିଷ ଦାନ କରନ୍ତୁ । ଯେପରିକି ଲାଲ ଚୂଡୀ , ସାଢୀ, ସିନ୍ଦୁର, କୁଙ୍କୁମ ଆଦି । ଏହା ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାନ୍ତି ।
ଯଦି ଜାତକରେ ଶୁକ୍ର ଅଶୁଭ ସ୍ଥାନରେ ଅଛି ତେବେ ପ୍ରତ୍ୟେକ ଶୁକ୍ରବାର ଶୁକ୍ର ମନ୍ତ୍ର୧୦୮ ଥର ଜପନ୍ତୁ ।
ଶୁକ୍ର ମନ୍ତ୍ର: ଦ୍ରାଂ ଦ୍ରିଂ ଦ୍ରୌଂ ସଃ ଶୁକ୍ରାୟ ନମଃ ।
ଏହାସହିତ ଶୁକ୍ରବାର ଦିନ ଚାନ୍ଦି, ଚାଉଳ, ମିଶିରି, ଧଳା ବସ୍ତ୍ର ଦହି, ଧଳା ଚନ୍ଦନ ଆଦି ଦାନ କରି ପାରିବେ । ଏହା ଦ୍ୱାରା ଶୁକ୍ର ଦୋଷ ଖଣ୍ଡନ ହୋଇଥାଏ ।