ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁରୁଷମାନେ ମହିଳାମାନଙ୍କ ସୁନ୍ଦରତାରେ ବିମୋହିତ ହୋଇଥାନ୍ତି । ଏଣୁ ସୁନ୍ଦରୀ ତରୁଣୀକୁ ବିବାହ କରିବା ପାଇଁ ସମସ୍ତଙ୍କ ମନ ବଳିଥାଏ । କିନ୍ତୁ ଚାଣକ୍ୟଙ୍କ ନୀତି ଅନୁସାରେ ସବୁ ସୁନ୍ଦରୀ ଝିଅ ବିବାହ ପାଇଁ ଉପଯୁକ୍ତ ହୋଇନଥାନ୍ତି । ଚାଣକ୍ୟଙ୍କ ନୀତି ଅନୁସାରେ ଏହି ସବୁ ମହିଳା ବିବାହ ଉପଯୁକ୍ତ ହୋଇଥାନ୍ତି ।
୧. ସୁଗୁଣ ତରୁଣୀଙ୍କୁ ବିବାହ କରିବା ଆବଶ୍ୟକ । କାରଣ ମଣିଷର ସୁନ୍ଦର ସବୁଦିନ ରହି ନଥାଏ କିନ୍ତୁ ଭଲ ଗୁଣ ଥିଲେ ପରିବାର ସବୁବେଳେ ହସ ଖୁସିରେ ଚଳିଥାଏ ।
୨. ସବୁବେଳେ ନିଜ କୂଳରେ ବିବାହ କରିବା ଉଚିତ । ନଚେତ ଏହି କଥା ପାଇଁ ସବୁବେଳେ ପରିବାରରେ ହଳହ ଜାତ ହୋଇଥାଏ । ନିଚ ଜାତିର ଝିଅକୁ ବିବାହ କରିବା ବାପା ମା ଏବଂ ବନ୍ଧୁ ପରିବାର ସବୁବେଳେ ଅଶାନ୍ତି ହୋଇଥାନ୍ତି । କଥାରେ ଅଛି ନିଚ୍ଚ ଜାତିର ଝିଅ ହାତରୁ ପୂର୍ବ ପୁରୁଷମାନେ ପାଣି ପାଇନଥାନ୍ତି । ଏବଂ ଇଶାଣରେ ପୂଜା କରିବା ଅନୁଚିତ ।
୩. ଧାର୍ମିକ ଏବଂ ଆସ୍ତିକ ବିଚାରଯୁକ୍ତ ଯୁବତୀଙ୍କୁ ବିବାହ ଉପଯୁକ୍ତ ହୋଇଥାନ୍ତି ।