ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାରେ ଜାରି ରହିଛି ଶୀତର ଲହରୀ । ଜାଡରେ ହାଡ ଭାଙ୍ଗିଲା ଭଳି ଶୀତ ଅନୁଭବ ହେଉଛି । ରାଜ୍ୟର ସମସ୍ତ କୋଣ ଅନୁକୋଣରେ ଶୀତର ପ୍ରଭାବ ପଡୁଥିବା ବେଳେ ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅଧିକ ମାତ୍ରା ପଡିଥିବା ଦେଖିବାକୁ ମିଳିଛି । ବିଶେଷ କରି ଫୁଲବାଣୀ,କନ୍ଧମାଳ,ବୈାଦ୍ଧ ଏବଂ ବଲାଙ୍ଗିରରେ ଅଧିକ ଶୀତ ଅନୁଭବ ହେଉଛି । ଏଠାରେ ପାରଦ ତଳକୁ ଖସିଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରିକୁ ଖସିଯାଇଛି ।
ପ୍ରବଳ ଥଣ୍ଡା ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୧୦ଟା ବାଜିଗଲେ ମଧ୍ୟ ଶିତ ଅନୁଭବ ହେଉଥିବା ଦେଖିବାକୁ ମିଳୁଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୁଆଁଉଛନ୍ତି । ସେପଟେ ଓଡିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡିରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟଙ୍କ ଭିଡ ଜମିବାରେ ଲାଗିଛି ।