ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରକ୍ତଦାନ ମହତ ଦାନ । ରକ୍ତ ଦାନ କରି ଆପଣ ଅନେକ ଜୀବନ ବଞ୍ଚାଇ ପାରିବେ । ଆପଣମାନେ ଏହା ମଧ୍ୟ ଜାଣିଥିବେ କି ଯେଉଁ ବ୍ୟକ୍ତି ରକ୍ତଦାନ କରନ୍ତି ସେମାନଙ୍କୁ ବି ଅନେକ ଫାଇଦା ହୋଇଥାଏ । ଏହାଦ୍ୱାରା ହାର୍ଟ ସୁସ୍ଥ ରୁହେ । ନିୟମିତ ଭାବେ ରକ୍ତ ଦାନ କରିବା ଦ୍ୱାର ଆପଣଙ୍କ ଶରୀରର ଆୟରନ ମାତ୍ରା ସଠିକ୍ ରହିଥାଏ । ଶରୀରରେ ଆୟରନ ମାତ୍ରା ଅଧିକ ହେବା ଦ୍ୱାରା ଅକ୍ସିଡେଟିଭ୍ ଖରାପ ହୋଇଯାଏ । ରକ୍ତଦାନ କରିବା ଦ୍ୱାରା ଶରୀରର ଆୟରନ୍ ମାତ୍ରା ସଠିକ୍ ରହିନଥାଏ ବରଂ ହୃଦ୍ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ।
ଏହାବ୍ୟତୀତ ରକ୍ତଦାନ ଦ୍ୱାରା ଲିଭର ସମସ୍ୟା ଏବଂ କର୍କଟ ରୋଗ ହେବାର ଆଶଙ୍କାକୁ କମ୍ କରିଦେଇଥାଏ । ଏହା ଲିଭର ଉପରେ ଭଲ ପ୍ରଭାବ ପକାଇ ଥାଏ । ଲିଭରର କାର୍ଯ୍ୟ ଆୟରନ ମେଟାବଲିଜିମ୍ ଉପରେ ନିର୍ଭର କରେ । ଶରୀରରେ ଆୟରନ ଅଧିକ ହେବା ଦ୍ୱାରା ଟିଶୁର ଅକ୍ସିଡେଶନ ହୋଇଥାଏ, ଯାହାଫଳରେ କର୍କଟ ରୋଗ ହେବାର ଆଶଙ୍କା ବଢି ଯାଇଥାଏ । ସେଥିପାଇଁ ନିୟମିତ ରକ୍ତଦାନ କରିବା ଉଚିତ୍ ।