ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ବୁଧବାର କର୍ମୀଙ୍କ ଗହଣରେ ଏକ ସଭା ମାଧ୍ୟମରେ ପାଳନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରତିଷ୍ଠା ଅବସରରେ ଦଳର ବିଧାୟକ ଏବଂ ସାଂସଦମାନେ ସେମାନଙ୍କର ଗୋଟିଏ ମାସର ଦରମା ଦଳୀୟ ପାଣ୍ଠିକୁ ଦେଇଛନ୍ତି ।
ଦଳର ୧୮ ବର୍ଷ ଶାସନ ମଧ୍ୟରେ ଦଳ ଓଡିଶା ପାଇଁ କରିଥିବା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଏହି ଶାସନ ମଧ୍ୟରେ ଓଡିଶାରେ ଘରେ ଘରେ ବିଜୁଳି ଯୋଗାଣ,ଗାଁକୁ ରାସ୍ତା,ମାକୁ ସମ୍ମାନ ,ସେତୁ ନିର୍ମାଣ ଏବଂ ଗ୍ରାମପଞ୍ଚାୟତରେ ମହିଳାଙ୍କୁ ସଂରକ୍ଷଣ ବ୍ୟବସ୍ଥା ଭଳି ଅନେକ ବିକାଶ କଥା କହିଥିଲେ । ସେପଟେ ନିଜର ଗୁଣଗାନ କରିଥିବା ବେଳେ ବିରୋଧୀଙ୍କୁ କଡା ସମାଲୋଚନା କରିବା ପାଇଁ ପଛାଇ ନାହାଁନ୍ତି ବିଜେଡି ସୁପ୍ରିମୋ । ଉଭୟ ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।