ମୁମ୍ବାଇ (ଏଟିଆର ବ୍ୟୁରୋ): ଅଟରଲି ବଟରଲି ଡେଲିସିୟସ ଅମୂଲ ବଟର ବଦଳରେ ଆପଣ ବିଷ ଖାଉ ନାହାଁନ୍ତି ତ? ଆଜ୍ଞା ହଁ ବଟରର ଅସଲି ପ୍ୟାକଜିଂ ଭଳି ଦିଶୁଥିବା ନକଲି ବଟର ଏବେ ବଜାରକୁ ଆସିଛି । ଏହି ନକଲି ବଟର କାରବାରକୁ ନେଇ ମୁମ୍ବାଇର ଭୟନ୍ଦର କ୍ଷେତ୍ରରେ ପୋଲିସ୍ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି । ଏହାସହିତ ୧୦୦୦ କିଲୋଗ୍ରାମର ନକଲି ବଟର ଜବତ କରିଛି ।
ସାରା ଦେଶରେ ଘିଅ ଏବଂ ଖୀର ଆଦି ପଦାର୍ଥରେ ଭେଜାଲ ହେବା ସାଧାରଣ ହୋଇଗଲାଣି । ଏଥିରୁ ରକ୍ଷା ପାଇବା ପାଇଁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ(ଏଫଏସଏସଏଆଇ) ନିରକ୍ଷଣ କରିଥାଏ ।
ଆନୁଆଲ ପବ୍ଲିକ ଲାବ୍ରୋଟରୀ ରିପୋର୍ଟ ମୁତାବକ; ଖୀର, ଚା, କଫି, ଏବଂ ଡାଏରୀ ପ୍ରଡକ୍ଟସରେ ଭେଜାଲ ହେବା ସାଧାରଣ ହୋଇଗଲାଣି । ଏହାପୂର୍ବରୁ ସୁରାଟରେ ଫୁଡ୍ ଇନ୍ସପେକ୍ଟର ମୁନିସପାଲ କର୍ପୋରେସନ ସହ ମିଶି ଏକ ନକଲି ଘିଅ କାରବାର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଥିଲା